ମୋ ଜଙ୍ଗଲ ଜମି ଯୋଜନା ଆଲୋଚନା ଚକ୍ର
ଧରାକୋଟ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଅତିରିକ୍ତ ତହସିଲଦାର ଗଣେଷ ଦଳାଇ ଙ୍କ ଉପସ୍ଥିତିରେ ମୋ ଜଙ୍ଗଲ ଜମି ଯୋଜନା ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ୧୩, ୧୨, ୨୦୦୫ ମସିହା ପୂର୍ବରୁ ଯେଉଁ ମାନେ ଜଙ୍ଗଲ ଜମିକୁ ନିଜ ଦଖଲରେ ରଖିଛନ୍ତି ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ଆଲୋଚନା କରାଯାଇଥିଲା। ସମ୍ପ୍ରତି ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ମିଳିତ ତଦନ୍ତ ରେ ଯେଉଁ ଆଦିବାସୀ ମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ସରକାରଙ୍କ ମୋ ଜଙ୍ଗଲ ଜମି ଯୋଜନା ମାଧ୍ୟମରେ ପଟ୍ଟା ପ୍ରଦାନ କରାଯିବ । ଆଜିର ବୈଠକ ରେ କଲ୍ୟାଣ ଅଧିକାରୀ ଅନିଲ ପ୍ରଧାନ, ଷଡ଼ଙ୍ଗୀ ପଲ୍ଲୀ ବନପାଳ ପି ସୂର୍ଯ୍ୟ କୁମାର, ବନରକ୍ଷୀ କୃଷ୍ଣ ଚନ୍ଦ୍ର ଗୌଡ଼,ରାଜସ୍ବ ପରିଦର୍ଶକ ସୁଜ୍ଞାନି ବେହେରା, ରାଜସ୍ବ ନୀରିକ୍ଷକ ଯଜ୍ଞ ନାରାୟଣ ନାୟକ,ଲକ୍ଷ୍ମଣ ନାୟକ,ରଞ୍ଜନ ବରାଡ,ଶ୍ରୀକାନ୍ତ ରଥ, ତୁଷାର ବେହେରା,ସୁଶାନ୍ତ ପୂଜାରୀ, ମନୋଜ ମଲିକ ଏବଂ ସଂଯୋଜକ ଦୀପ୍ତି ମଣି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
