ଛାତ୍ରୀ ଙ୍କୁ ବଞ୍ଚାଇବା କୁ ଯାଇ ପିକଅପ ଗାଡି ଦୁର୍ଘଟଣା

ଛାତ୍ରୀ ଙ୍କୁ ବଞ୍ଚାଇବା କୁ ଯାଇ ଭାରସାମ୍ୟ ହରାଇ ପିକଅପ ଗାଡି ଦୁର୍ଘଟଣାକୋରାପୁଟ ରୁ ଜୁନାଗଡ଼ ଅଭିମୁଖେ ଯାଉଥିବା ଏକ ପିକଅପ ଗାଡି ଓଡ଼ି ୧୦ ଏସ ୦୦୫୪ ଜାତୀୟ ରାଜପଥ ୨୬ କୋକସରା ବ୍ଲକ କାଉଡୋଳା ଗ୍ରାମ ଡୁମେର ବନ୍ଧ ନିକଟରେ ଏକ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଚାଷଜମି ରେ ଓଲଟି ପଡିଥିଲା।ତେବେ ଦୁର୍ଘଟଣା ରୁ ଗାଡି ର ଡ୍ରାଇଭର ରଞ୍ଜନ ନାଏକ ଓ ହେଲ୍ପର ଦିପୁନ ଯାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଆମପାଣି ଥାନା ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡି କୁ ଜବତ କରିବା ସହ ଡ୍ରାଇଭର ଓ ହେଲ୍ପର ଙ୍କୁ ଡାକ୍ତରଖାନା ପଠାଇ ଥିଲେ।ତେବେ ଦୁଇ ଜଣ ଙ୍କୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ତେବେ ଡ୍ରାଇଭର ଙ୍କ କହିବା ଅନୁଯାୟୀ ରାସ୍ତା ରେ କିଛି ଛାତ୍ରୀ ସାଇକେଲ ରେ ସ୍କୁଲ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଗାଡି କୁ ସାଇଡ଼ ଦେବା ସମୟରେ ଛାତ୍ରୀ ଙ୍କୁ ବଞ୍ଚାଇବା କୁ ଯାଇ ଦୁର୍ଘଟଣା ହୋଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *