୨୦୨୪ ନିର୍ବାଚନ କୁ ନେଇ ସଚେତକ ମଣ୍ଡଳି ସହ କେନ୍ଦ୍ରୀୟ ପରିଷଦ ସାଧାରଣ ବୈଠକ

ପୁଡୁଗେଶ୍ଵର ପଲ୍ଲୀ ଶୈବପୀଠ ପ୍ରାଙ୍ଗଣରେ ଆଜ ଅର୍ଥାତ ୧୦ ଘଟିକା ସମୟରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ସଚେତକ ମଣ୍ଡଳି ସହ କେନ୍ଦ୍ରୀୟ ପରିଷଦ ସାଧାରଣ ବୈଠକ ବରିଷ୍ଠ ଆଇନଜୀବୀ ଶ୍ରୀ ଯୁକ୍ତ ଭାସ୍କର ସ୍ବାଇଁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କରାଯାଇଥିଲା। ଉକ୍ତ ବୈଠକରେ ସମାଜ ର ଆଇନଜୀବୀ ମାନଙ୍କ ସହ ବରିଷ୍ଠ ସମାଜ ସଂଗଠକ ଏବଂ ବରଗାଁ ମଣ୍ଡଳ,ଶିଆଳିଆ ମଣ୍ଡଳ,ଜକର ମଣ୍ଡଳ,ଖଲିଙ୍ଗି ମଣ୍ଡଳ, ଗହଙ୍ଗୁ ମଣ୍ଡଳ,ନାଟେଙ୍ଗା ମଣ୍ଡଳ ସହ ବାଲିମେଳା ଶାଖା, ବ୍ରହ୍ମପୁର, ଭୁବନେଶ୍ଵର ଓ ଝାରସୁଗୁଡ଼ା ଶାଖାର ସମସ୍ତ କର୍ମ କର୍ତ୍ତା ଙ୍କ ସହ ପଲ୍ଲୀ ଠାରୁ କେନ୍ଦ୍ର ଯାଏଁ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ୍ବ ଜନତା ଉପସ୍ଥିତ ଥିଲେ। ଗତ ତା ୨୬/୦୭/୨୦୨୪ ରିଖ ସଚେତକ ମଣ୍ଡଳି ବୈଠକ ନିଷ୍ପତ୍ତି ପ୍ରକାରେ ୨୮/୦୭/୨୦୨୪ ନିର୍ବାଚନ କୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଥିବା ସ୍ଥଳେ ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶିବ ନାହାକ ଏବଂ ପୂର୍ବତନ କୂଳାଧିପତି ଶ୍ରୀ ପ୍ରହଲ୍ଲାଦ ଲେଙ୍କା ସମ୍ବିଧାନ କୁ ଉଲଂଘନ କରି ନିର୍ବାଚନ କରିଥିଲେ।

ତେଣୁ ଆଜିର ବୈଠକରେ ତାହାକୁ ଅସିଦ୍ଧ ଘୋଷଣା କରାଯିବା ସହ ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶିବ ନାହାକ ଙ୍କୁ ଅଯୋଗ୍ୟ ଘୋଷିଣା କରାଯାଇଥିଲା ଓ କୂଳାଧିପତି ପ୍ରହଲ୍ଲାଦ ଲେଙ୍କା ନିର୍ବାଚନୀ କାର୍ଯ୍ୟ ରେ ସମ୍ପୁର୍ଣ୍ଣ ଅଂଶଗ୍ରହଣ କରି ଥିବା ଯୋଗୁଁ ସାଧାରଣ ବୈଠକରେ ଅଯୋଗ୍ୟ ଘୋଷିଣା କରିଥିବା ସହ ଭବିଷ୍ୟତ ରେ ସମାଜ ର କୈାଣସି କର୍ମ କର୍ତ୍ତା ରେ ନ ରହିବା ପାଇଁ ସାଧାରଣ ସଭା ରେ ଗୃହିତ ହୋଇ ସାଧାରଣ ବୈଠକରେ ଘୋଷଣା ହେଲା।ତତ୍ ପରେ ସାଧାରଣ ବୈଠକ ନିଷ୍ପତ୍ତି ପ୍ରକାରେ ବରିଷ୍ଠ ସଂଗଠକ ଶ୍ରୀ ଯୁକ୍ତ ନିକୁଞ୍ଜ ବିହାରୀ ଖଣ୍ଡୁଆଳ ଙ୍କୁ ମୂଖ୍ୟ ନିର୍ବାଚନ ଅଧିକାରୀ ଓ ଶ୍ରୀ ଯୁକ୍ତ ବଂଶୀଧର ନାହାକ ଙ୍କୁ କାର୍ଯ୍ୟ କାରୀ ମୂଖ୍ୟ ନିର୍ବାଚନ ଅଧିକାରୀ ଭାବେ ମନୋନୟନ କରାଯାଇ ଆଜିର ବୈଠକର ସଭାପତି ତଥା ସଚେତକ ସଭାପତି ଦ୍ଵାର ଘୋଷଣା କରାଯାଇ ବରିଷ୍ଠ ସଂଗଠକ ରାମକୃଷ୍ଣ ସାହୁ ଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା। ୧. କୂଳାଧିପତି -ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି (ମୁନା )୨. ଉପ କୂଳାଧିପତି -ଶ୍ରୀ ଯୁକ୍ତ ଶଙ୍କର ସ୍ବାଇଁ୩. ସାଧାରଣ ସଂପାଦକ -ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ ୪. ଯୁଗ୍ମ ସଂପାଦକ -ଶ୍ରୀ ଯୁକ୍ତ ଚୁଡ଼ା ମଣି ସ୍ବାଇଁ ୫. ଅଫିସ ସମ୍ପାଦକ -ଶ୍ରୀ ଯୁକ୍ତ ଡାକ୍ତର ରାଉତ ୬. ସଂଗଠନ ସମ୍ପାଦକ -ଶ୍ରୀ ଯୁକ୍ତ ଅଶୋକ କୁମାର ମାହାନ୍ତି ୭. କୋଷାଧ୍ୟକ୍ଷ -ଶ୍ରୀ ଯୁକ୍ତ କପିଳେଶ୍ୱର ବିଶ୍ବାଳ ୮. ମୂଖ୍ୟ ସମିକ୍ଷକ -ଶ୍ରୀ ଯୁକ୍ତ ରାମକୃଷ୍ଣ ସାହୁ୯. ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଖଣ୍ଡୁଆଳ ୧୦. ଉପ ନିର୍ବାଚନ ଅଧିକାରୀ ବଂଶୀଧର ନାହାକ ବରଗାଁ ମଣ୍ଡଳ ର କର୍ମ କର୍ତ୍ତା ବୃନ୍ଦ ଯଥା ୧. ଶ୍ରୀ ଯୁକ୍ତ କାଳୁ ପ୍ରଧାନ (ମଣ୍ଡଳ ସଭାପତି)୨. ବିଜୟ କୁମାର ନାୟକ (ଉପ ସଭାପତି)୩. ଶ୍ରୀ ଯୁକ୍ତ ରଞ୍ଜନ କୁମାର ରାଉତ (ସମ୍ପାଦକ)୪. ଶ୍ରୀ ଯୁକ୍ତ ନିର୍ମଳ କୁମାର ବିଶ୍ଵାଳ (ସହ ସମ୍ପାଦକ)୫.ଶ୍ରୀ ଯୁକ୍ତ ବାବୁ ରାମ ଜେନା (କୋଷାଧ୍ୟକ୍ଷ)୬.ଶ୍ରୀ ଯୁକ୍ତ ସରୋଜ କୁମାର ଭଞ୍ଜ (ସଂଗଠନ ସମ୍ପାଦକ)୭. ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ (କେନ୍ଦ୍ର ସଦସ୍ୟ)୮. ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି (କେନ୍ଦ୍ର ସଦସ୍ୟ)୯. ଶ୍ରୀ ଯୁକ୍ତ ପିତବାସ ପ୍ରଧାନ (କେନ୍ଦ୍ର ସଦସ୍ୟ)

Leave a Reply

Your email address will not be published. Required fields are marked *