ଜିଲ୍ଲା କୋଶଳା ମାଳି ପଟେଲ ସମାଜର କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା କୋଶଳା ମାଳି ପଟେଲ ସମାଜ ପକ୍ଷରୁ ମଙ୍ଗଳବାର କୋକସରା ବ୍ଲକ ମୋଟେର ଧାନ ମଣ୍ଡି ପରିସରରେ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ କୋଶଳା ମାଳି ପଟେଲ ସମାଜର ଆରାଧ୍ୟ ଦେବୀ ମା କୋଶଳେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଡ଼ ଟେମରି କର୍ମକର୍ତ୍ତାଙ୍କ ଆୟୋଜନରେ ଅନୁଷ୍ଠିତ ସାଧାରଣ ସଭାର ସଭାପତି ଧର୍ମୁ ପଟେଲଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ଘନଶ୍ୟାମ ପଟେଲ, ସମ୍ମାନିତ ଅତିଥି ଭାବେ ଚିନ୍ତାମଣି ପଟେଲ, ପୂର୍ବ ଯୋନ ସମ୍ପାଦକ ସମ୍ପତ୍ତି ପୁଟେଲ, ଯୋଗଦେଇ କୋଶଳୀ ମାଳି ପଟେଲ ସମାଜର ପୂର୍ବ ସଂସ୍କୃତି, ପରମ୍ପରାର ସ୍ମୃତିକୁ ଉଜାଗର କରିବା ସହିତ ସମାଜ ହେଉଛି ବ୍ୟକ୍ତିର ପରିଚୟ, ନିଜର ଜାତି ଓ ବୃତ୍ତିକୁ ନେଇ ଗୌରବ କରିବା ସହ କୌଳିକ ବୃତ୍ତିକୁ ଆଗକୁ ବଢ଼ାଇ ଯୁବପିଢ଼ି ଅଗ୍ରସର ହେବା କଥା। ଆଜିର ସମାଜରେ ନାରୀ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ ହେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ରହିଛି ଏଣୁ ସମାଜରେ ନାରୀ ଶିକ୍ଷା ସର୍ବସ୍ୱ ବୋଳି ବିଧାୟକ ମତ ଦେଇଥିଲେ। ଏହି ଅବସରରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଚିନ୍ମୟୀ ପଟେଲ, ଆଶା ପଟେଲ, ହେମଲତା ପଟେଲ ସମେତ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ରାଣୀ ପଟେଲ, ତେଜସ୍ୱିନୀ ପଟେଲ, ଶିବାନୀ ପଟେଲଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ନୂତନ ଭାବେ ଜିଲ୍ଲା କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ସର୍ବ ସମ୍ମତ୍ତି କ୍ରମେ ଜିଲ୍ଲା ସଭାପତି ଭାବେ ସମ୍ପତି ପୁଟେଲଙ୍କୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ପବିତ୍ର ପଟେଲ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକାରିଣୀ ସଭାକୁ ଯୁଗ୍ମ ସମ୍ପାଦକ ଜୟହରି ପଟେଲ, କୋଷାଧ୍ୟକ୍ଷ ପ୍ରଦୀପ ପଟେଲ, ବୃହସ୍ପତି ପଟେଲ, ବିନୋଦ ପଟେଲ, ଅରବିନ୍ଦ ପଟେଲ, ଡିଙ୍ଗର ପଟେଲ, ଟିକେଶ୍ୱର ପଟେଲ, କ୍ଷୀତିଶ ପଟେଲ, ଦୟାନିଧି ପଟେଲ, ବୈଷ୍ଣବ ପଟେଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
