ପୁଣି ଭଦ୍ରକରୁ ଧଳା ଜହର ଜବତ, SDPO ଙ୍କ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ:- କିଛି ଦିନର ବିରତିପରେ ପୁଣି ଭଦ୍ରକ ପୋଲିସକୁ ବଡ ସଫଳତା ଦୁଇ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କଲା ଭଦ୍ରକ ପୁରୁଣାବଜ଼ାର ପୋଲିସ|ସୂଚାନୁଯାଇ ଭଦ୍ରକ ଚାନ୍ଦବାଲି ମୁଖରାସ୍ତା ରେ ଖାନକା ସରକାରନଗର ପାଖରେ ମୋଟର ଭେଇକିଲ ଚେକିଂ ବେଳେ ଭଦ୍ରକ ପୁରୁଣାବଜ଼ାର ପୋଲିସ ସନ୍ଦେହ ଜନକ ଭାବେ ଦୁଇଜଣଙ୍କୁ ଅଟକ ରଖିବା ପରେ ସେମାନଙ୍କୁ ଯାଞ୍ଚ ବେଳେ ୨ ଜଣଙ୍କ ଠାରୁ ୧୨୨ ଗ୍ରାମ ବ୍ରାଉନ ସୁଗାର ପୁଡ଼ିଆ ଜବତ ହୋଇଛି । ପୁଡ଼ିଆ ବନାଉଥିବା କାଗଜ, ବାକ୍ସ ଛୁରୀ ଜବତ ହୋଇଛି । ୨ ଗିରଫ ହୋଇଥିବା ବେପାରୀ ହେଲେ ରାନ୍ଦିଆ ଚେଙ୍ଗ ଗଢ଼ିଆ ଗାଁ ର ଅଜୟ କୁମାର ପଢ଼ିଆରୀ ୪୨ ବର୍ଷ ଓ ବରପଦା ଆରଂଜି ଗାଁ ର କାଳନ୍ଦୀ ବେହେରା ୪୨ ବର୍ଷ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ SDPO ସାର୍ଥକ ରାୟ କହିଛନ୍ତି,
ରିପୋର୍ଟ :-ପୁନିଲ. କୁମାର ସାମନ୍ତ।
