ମନ୍ତେଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

:ମନ୍ତେଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବାପା କଲେ ଚିହ୍ନଟଭଦ୍ରକ, ୨୭ ଜୁନ: ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ମନ୍ତେଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିବା ବେଳେ ମୃତକ ଜଣକ ବାସୁଦେବପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କୁଶଧର ସାହୁଙ୍କ ଏକମାତ୍ର ପୁଅ ସୌମ୍ୟରଞ୍ଜନ ସାହୁ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ର କରି ସୌମ୍ୟରଞ୍ଜନ ତିନି ଦିନ ତଳେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ଶନିବାର ଖସରବାଡି ନିକଟସ୍ଥ ମନ୍ତେଇ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବାସୁଦେବପୁର ଅଗ୍ନିଶମ ବାହିନୀ ଓ ନାୟକାଣିଡିହି ପୋଲିସକୁ ସୂଚନା ଦେଇଥିଲେ।ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ। ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ସୌମ୍ୟରଞ୍ଜନଙ୍କ ବୋଲି ଚିହ୍ନଟ କରିଥିଲେ। ପୋଲିସ ଶବ ଜବତ କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ଘଟଣାର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏନେଇ ନାୟକାଣିଡିହି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *