ଗ୍ରାମୀଣ ନାଟ୍ୟ ଦିବସ ପାଳିତ

କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ତରଫରୁ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ସ୍ଥାନୀୟ ଗିରିମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଳନୋତ୍ସବରେ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ଯକ୍ଷ ଭବାନୀ ଶଙ୍କର ମିଶ୍ର ମୁଖ୍ଯ ଅତିଥି, ନାଟ୍ୟ ନିର୍ଦ୍ଦେଶକ ମଞ୍ଚ ମହାରଥୀ ବିପିନ ମହାପାତ୍ର ମୁଖ୍ୟ ବକ୍ତା ଏବଂ ବରିଷ୍ଠ ଶିକ୍ଷାବିତ୍ ତଥା ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣା, କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ଶିକ୍ଷାବିତ୍ ନୀଳକଣ୍ଠ ନାଲ୍ଲା, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗ୍ରାମୀଣ ନାଟ୍ୟ ଦିବସ ଗ୍ରାମୀଣ ସଂସ୍କୃତିକୁ ପରିପୁଷ୍ଟ କରିବାରେ ବିଶେଷ ଭୂମିକା ବହନ କରିବ ବୋଲି ଆଶା ପୋଷଣ କରିଥିଲେ। ମହାସଂଘ ସଭାପତି ଡା. ସାହୁଙ୍କୁ ତାହାଙ୍କ ୬୪ତମ ଜନ୍ମଦିନ ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ନାଟ୍ୟକାର ବିପିନ ମହାପାତ୍ର ଙ୍କ ଶିଶୁ ନାଟକ ସଂକଳନ ‘ଫିଟିଲା କଟି’ ଲୋକାର୍ପିତ କରାଯିବା ସହ ସୁନାମଧନ୍ଯ ସଂସ୍କୃତିପ୍ରାଣା ବ୍ଯକ୍ତିତ୍ବ ନାଟ୍ଯ କାରଣ ଇନ୍ଦ୍ରମଣି ବାରିକଙ୍କୁ ଆନୁଷ୍ଠାନିକ ‘ନାଟ୍ଯରତ୍ନ’ ଉପାଧିରେ ବିଭୁଷିତ ପୂର୍ବକ ମାନପତ୍ର ଓ ଉପାୟନ ପ୍ରଦାନ କରାଯାଇଥିଲା। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ସୁନାମଧନ୍ଯ ଅଭିନେତ୍ରୀ ଚାନ୍ଦମାମା ବେହେରା, ଛବିରାଣୀ ମହାନ୍ତି, ରଜନୀ, ଲୁସୀ, ପିଙ୍କି, ଜାହ୍ନବୀ ପଣ୍ଡା ପ୍ରମୁଖ ଙ୍କ ଦ୍ବାରା ମହିଳା ନାଟକ ‘ଉଡିଗଲା ସାରୀ’ ମଞ୍ଚସ୍ଥ ହୋଇଥିଲା। ନାଟକଟିକୁ ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ରଚନା କରିଥିବା ବେଲେ ଡା. ତିରୁପତି ସାହୁ ନିର୍ଦ୍ଦେଶନା ଦେଇଥିଲେ। ସଂଗୀତାଂଶରେ ସହଯୋଗ କରିଥିଲେ ସ୍ବରବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, ମାଷ୍ଟର୍ ସଞ୍ଜୟ କୁମାର ବିଷୋୟୀ ଏବଂ ସାଥୀ।ସତ୍ୟ ମହାରଣା ମଞ୍ଚସଜ୍ଜିକରଣ ଦାୟିତ୍ବ ନିର୍ବାହ କରିଥିଲେ। ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଦୀପ ସାହୁ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କଳାପ୍ରାଣ କୈଳାସ ପାଣିଗ୍ରାହୀ, ଡା. ସୁରେଶ ଚୌଧୁରୀ, ନାଟ୍ୟସୂର୍ଯ୍ଯ ଦେବେନ୍ଦ୍ର ପ୍ରସାଦ ଶର୍ମା, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ନାଟକଟି ଦର୍ଶକଙ୍କ ଦ୍ବାରା ବିଶେଷ ଆଦ୍ରୁତ ହୋଇଥିବା ପରିଲକ୍ଷିତ।

Leave a Reply

Your email address will not be published. Required fields are marked *