୧୦୦୦ ଲିଟର ଦେଶୀ ମଦ ସହ ପିକଅପ ଭ୍ୟାନ ଜବତ

୧୦୦୦ ଲିଟର ଦେଶୀ ମଦ ସହ ପିକଅପ ଭ୍ୟାନ ଜବତ, ଜଣେ ଗିରଫ ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ମହୁଲପାଳ -ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ର ଜଗନ୍ନାଥପୁର ଛକ ନିକଟରେ ୧୦୦୦ ଲିଟର ଦେଶୀମଦ ସହ ଏକ ପିକଅପ ଭ୍ୟାନ କୁ ଜବତ କରିଛି କାମାକ୍ଷାନଗର ପୋଲିସ l ମଦ କାରବାର ରେ ସମ୍ପୃକ୍ତ ଜଣ କୁ ଗିରଫ କରିଛି ପୋଲିସ l ଗିରଫ ଜଣକ ହେଲେ କାମାକ୍ଷାନଗର ଥାନା ଖୁରୁସିଆ ଗାଁ ର ଗୁଣ୍ଡିଚା ମଲ୍ଲିକ l ସୂଚନା ଅନୁସାରେ ଗୁଣ୍ଡିଚା ଏକ ପିକଅପ ଭ୍ୟାନ ଯୋଗେ ପରଜଙ୍ଗ ଥାନା ଆମ୍ବପଳାସ ଗାଁ ରୁ ୧୦୦୦ ଲିଟର ଦେଶୀମଦ ନେଇ ଜିରାଳ ଯାଉଥିଲେ l କୌଣସି ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୋଲିସ ଜଗନ୍ନାଥପୁର ଛକ ନିକଟରେ ଗାଡି ସହ ମଦ କୁ ଜବତ କରିଛି l ଏହା ସହ ୨୦ ଟି ମଦ ଜାରକିନ କୁ ମଧ୍ୟ ଜବତ କରିଛି ପୋଲିସ l

Leave a Reply

Your email address will not be published. Required fields are marked *