ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ
ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ।ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି ।ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ସହ ବିମଳା ମନ୍ଦିର,ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ଶ୍ରୀଯୁକ୍ତ ଭାଗବତ।ଶ୍ରୀମନ୍ଦିରରୁ ଫେରିବା ସମୟରେ ସେ କାଶୀ ବିଶ୍ଵନାଥ ଓ ପତିତ ପାବନଙ୍କ ସାନିଧ୍ୟ ମଧ୍ୟ ନେଇଥିଲେ।ବାଂଲାଦେଶ ରେ ଚାଲିଥିବା ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଥିଲେ ବୋଲି କହିଛନ୍ତି ସେବାୟତ ।ରାଷ୍ଟ୍ରର ମଙ୍ଗଳ ତଥା ହିନ୍ଦୁ ମାନଙ୍କ ମଙ୍ଗଳ କାମନା କରି ସେ ମହପ୍ରର୍ଭୁଙ୍କ ନିକଟରେ ମଧ୍ୟ ଦୀପଦାନ କରିଛନ୍ତି ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି ।ପ୍ରାୟ ୪୫ ମିନିଟ୍ କାଳ ଶ୍ରୀମନ୍ଦିରରେ ରହିବା ସହ ରାଷ୍ଟ୍ର ମଙ୍ଗଳ କାମନା କରିଛନ୍ତି ।

ସେଇଭଳି ନୀଳଚକ୍ରରେ ତାଙ୍କ ନାମରେ ନେତ ମଧ୍ୟ ବନ୍ଧା ଯାଇଛି ।୫ ଦିନିଆ ଓଡିଶା ଗସ୍ତରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ସେ ରହିବା ସହ ଅପରାହ୍ନ ୫ ଟାରେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ ।ଆଗଷ୍ଟ ୧୦ ଓ ୧୧ ତାରିଖରେ ପୁରୀରେ ସଂଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ ।ଏହି ବୈଠକରେ ମଧ୍ୟ ଶ୍ରୀଯୁକ୍ତ ମୋହନ ଭାଗବତ ଯୋଗଦେବେ ।
