ମିଛ ମାୟା ଏ ସଂସାର


ମିଛ ମାୟା ଏ ସଂସାର ରେ କେହି ନୁହନ୍ତି କାହାର
ସର୍ବେ ନିଜ ନିଜ ଅଭିନୟ ରେ ହେଉଛନ୍ତି ଯେ ତତ୍ପର।
ଅଭିନୟ ର ସମାପନ ପରେ ଫେରିଯାଆନ୍ତି ପଥିକ
ପଥର ମଧ୍ୟରେ କରିଯାଇଛନ୍ତି କାମ ସେ ଅନେକ।
ପରିବାର ବନ୍ଧନ ରେ ‌ବାନ୍ଧିହୋଇ ବିଭୁ କୁ କରନ୍ତି ଉଣା
ସେଥିପାଇଁ ବିଭୁ‌ପୟରେ‌‌ ପଥିକ ହୁଅନ୍ତି ଯେ ବାଟବଣା।
ଧନ ଜନ କେହି ନୁହନ୍ତି ତାହାର
ବିଭୁ କୃପା ଅଟେ ବଡ
ସଂସାର ମଧ୍ୟରେ ମଣିଷ ଟି ପାଏ ଅନେକ କଷଣ ଝଡ଼।
ଜନମ ସମୟେ ଏନ୍ତୁଡ଼ିଶାଳ ରେ ଦରକାର ପଡେ ନିଆଁ
ମରଣ ପରେ ଶ୍ମଶାନ ରେ ଜୁଇ ରେ ଲାଗଇ ନିଆଁ।
କରମ ଫଳ ର ସାନିଧ୍ୟ ପାଇଁ ଆହା ଆହା ଶବ୍ଦ ଶୁଭେ
ହୀନ କର୍ମ କରିଥିଲେ ସିଏ ଛି ଛି ପାଏ ମର୍ତ୍ତ୍ୟେ।

ଅବସର ପ୍ରାପ୍ତ ରାଜ୍ୟ, ପ୍ରକୃତି ବନ୍ଧୁ ଓ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *