ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିର୍ବାପନ ସମ୍ପର୍କିତ ତାଲିମ ପ୍ରଦାନ
ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ବୁଗୁଡା ବ୍ଳକ ଅଧିନସ୍ତ ବି.କରଡାବାଡି ଗ୍ରାମର ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ଯାପୀଠର ଛାତ୍ରଛାତ୍ରୀଙ୍କୁ ଅଗ୍ନି ଅଘଟଣକୁ ପ୍ରଶମିତ କରିବା ନିମନ୍ତେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅଗ୍ନି ନିର୍ବାପକ ଯନ୍ତ୍ରର ବିନିଯୋଗ ପ୍ରକ୍ରିୟା ସାଙ୍ଗକୁ ଅଗ୍ନି ନିର୍ବାପନର ପଦ୍ଧତି ପ୍ରଦର୍ଶନ କରିଥିଲେ । ଏଥି ସହ ଛାତ୍ରଛାତ୍ରୀମାନେ ମଧ୍ୟ ନିଜେ ନିଜେ ତାଲିମ ପ୍ରାପ୍ତ ପଦ୍ଧତିର ପ୍ରୟୋଗ କରି ଅଗ୍ନି ନିର୍ବାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଉପଭୋଗ କରିବା ସହ ଅଗ୍ନି ନିର୍ବାପନର ଜ୍ଞାନ ଆହରଣ କରିଥିଲେ ।
