ଯୁଦ୍ଧ ନୁହେଁ ଶାନ୍ତି ହିଁ ଜୀବନ

“ଯୁଦ୍ଧ ନୁହେଁ ଶାନ୍ତି ହିଁ ଜୀବନ” ଆଜି କ୍ରାନ୍ତି ଦିବସ, ନାଗାସାକି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ଅବସରରେ ନୀଳାଚଳ ନାରlୟଣ ସଂସ୍କୃତମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ” ଯୁଦ୍ଧ ନୁହେଁ ଶାନ୍ତି “ଶୀର୍ଷକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼. ବଳରାମ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛିl ଡ଼. ଦାଶ ଆଜିର ଦିବସର ମାହାତ୍ମ୍ୟ ଓ ସ୍ବର୍ଗତ କ୍ରାନ୍ତିବୀର ମାନଙ୍କର ସ୍ମୃତି ଚlରଣ ସହ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକ ପାତ କରିଥିଲେ l ପ୍ରାରମ୍ଭରେ ବେଦପାଠ ସହ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅଧ୍ୟକ୍ଷl ଡ଼.ମୀରା ରାଣୀ ଖଣ୍ଡୁଆଳ କାର୍ଯ୍ୟକ୍ରମକୁ ଉଦଘାଟନ କରି ସେବା ହିଁ ଶାନ୍ତିରମାର୍ଗ ଓ ଯୁଦ୍ଧକୁ ପରିହାର କରି ବିଶ୍ୱ ଶାନ୍ତି ପାଇଁ ଆମ ପରି ସେବକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ l ମୁଖ୍ୟ ବକ୍ତା ରୂପେ କ୍ରାନ୍ତିଦର୍ଶୀ ସାହିତ୍ୟର ସଭାପତି ଇଞ୍ଜିନିଅର ଗିରିଜା ଶଙ୍କର ପାଢ଼ୀ ଯୋଗ ଦେଇ କ୍ରାନ୍ତି ଆନ୍ଦୋଳନ ଓ ନାଗାସାକୀରେ ପରମାଣୁ ବୋମା ର ଭୟଭୟତା ସମ୍ପର୍କରେ ଆଲୋଚନା କରି ସାହନଶିଳାତାହିଁ ଏକମାତ୍ର ପନ୍ଥା ବୋଲି କହିଥିଲେ l ସମ୍ମlନୀତ ଅତିଥି ରୂପେ ରଘୁନାଥ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.କମଳl କାନ୍ତ ମିଶ୍ର,ଅଧ୍ୟାପକ ଦୟାନିଧି ପଣ୍ଡା, ଡ଼. ଶଶୀକାନ୍ତ ରଥ ଯୋଗଦେଇ ଜାତୀୟ ସେବା ଯୋଜନାର ଉନ୍ନତି କାମନା ସହ ଶାନ୍ତି, ପ୍ରୀତି,ମୈତ୍ରୀ ଓ ସଦଭାବନା ହିଁ ଯୁଦ୍ଧ ଦୂର କରି ଶାନ୍ତି ପ୍ରତିଷ୍ଠା କରିପାରିବ ଏଥିସହିତ ଆଦିବାସୀ ମାନେହିଁ ଏଥିରେ ପ୍ରମୁଖ ସେବକ ରୂପେ ଜାତୀୟ ସ୍ରୋତରେ ସାମିଲ ହୋଇ ଶାନ୍ତିର ମାର୍ଗ ଦର୍ଶକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ l

ଏଥିରେ ବିଭୁତି ଭୂଷଣ ପ୍ରଧାନ, ସରୋଜ କୁମାର କାଠୁଆ, ଶିତିକଣ୍ଠ, ପ୍ରମୁଖ ଉପସ୍ଥିତ ଥିଲେ l ଅଧ୍ୟାପକ ଡ଼. ଶ୍ରୀନିବାସ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଜାତୀୟ. ସେବା ଯୋଜନାର ସେବକ ଓ ସେବିକା ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *