ସ୍କାଉଟ୍ ଗାଇଡ଼୍ ପକ୍ଷରୁ “ଭାଇ ପାଇଁ ରାକ୍ଷୀଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ
ବୁଗୁଡ଼ା :-୧୧/୦୮ଓଡିଶା ରାଜ୍ୟ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ୍ ଆନୁକୁଲ୍ୟରେ ସ୍ଥାନୀୟ ଶ୍ରୀକର ଭଞ୍ଜ ଓପେନ ୟୁନିଟ୍ ପକ୍ଷରୁ ପ୍ରତିବର୍ଷ ଭଳିଚଳିତ ବର୍ଷ ମଧ୍ୟ ” ଭାଇ ପାଇଁ ରାକ୍ଷୀଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରକ୍ଷା ବନ୍ଧନ ଅବସରରେ ଭାରତ ସୀମାରେ ଥିବା ବୀର ଯବାନ ଭାଇମାନଙ୍କସକାଶେ ରାକ୍ଷୀ ପଠାଯିବା ଉଦ୍ଦେଶ୍ୟରେ ୟୁନିଟର ରୋଭର୍ ଏବଂ ରେଞ୍ଜରମାନେ ନିଜେ ନିଜେ ରାକ୍ଷୀ ତିଆରି କରିବା ସାଙ୍ଗକୁ ବିଭିନ୍ନ ସ୍ଥାନରୁ ରାକ୍ଷୀ ସଂଗ୍ରହକରି ଆଜି ସେଗୁଡିକୁ ବୁଗୁଡ଼ା ବଳଦେବ ଜୀଉ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଭାରତୀୟ ଡାକ ସେବା ମାଧ୍ୟମରେ ଭାରତର ସୀମାନ୍ତ ରାଜ୍ୟ ଉତ୍ତରାଖଣ୍ଡଏବଂ କଶ୍ମୀରରେ କାର୍ଯ୍ୟରତ ଯବାନଙ୍କ ନିକଟକୁପଠାଇଛନ୍ତି ।

ସ୍ଥାନୀୟ ସ୍କାଉଟ୍ ଏଣ୍ଡ ଗାଇଡ଼ର ଏଭଳି ନିଆରା କାର୍ଯ୍ୟକ୍ରମରେ ରେଞ୍ଜର ଶ୍ରୀୟାଶ୍ରୀ ଲକ୍ଷ୍ମୀ ସାହୁ , ଲିନା କୁମାରୀ ଗୌଡ, ଲିଜାରାଣୀ ଗୌଡ , ରଚନା ମୁଳି , ସୃତିଶିଖା ପାଣି , ବନିତା ଗୌଡ , ପୁଷ୍ପା ପାତ୍ର ଓ ସୃତିମୟୀ ସାହୁ ଏବଂ ରୋଭର୍ କେ.ଅମ୍ରିତ୍ ସାଗର ପାତ୍ର , ଚନ୍ଦନ କୁମାର ସ୍ବାଇଁ, ଆଶୁତୋଷ ମହାପାତ୍ର, ତପନ ବିଷୋୟୀ ଓ ଦିପକ କୁମାର ଜେନା ସାମିଲ ରହିଥିଲେ ।
