ବଡ଼ଗଡ଼ ବନ ବିଭାଗ ଏବେ ଆକ୍ସନ ମୁଡ଼ ରେ

ବଡ଼ଗଡ଼ ବନ ବିଭାଗ ଏବେ ଆକ୍ସନ ମୁଡ଼ ରେ ସୋରଡ଼ା :-୧୧/୦୮ ରାଜ୍ୟରେ ସରକାର ବଦଳିବା ପରେ ବେଆଇନ ଭାବେ ଚାଲିଥିବା ମାଫିଆ ରାଜ କୁ ଲଗାମ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ପରିପେକ୍ଷୀ ରେ ଏବେ ପ୍ରଶାସନିକ ସ୍ତରରେ ମଧ୍ୟ ତପ୍ତରତା ଦେଖାଦେଇଛି | ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ବ୍ଲକ ଅଧିନରେ ଥିବା ବଡ଼ଗଡ଼ ବନାଞ୍ଚଳ ରେ କାଠ ମାଫିଆ ଙ୍କୁ ଲଗାମ ଦେବା ପାଇଁ ବଡ଼ଗଡ଼ ବନ ବିଭାଗ ରେ ତପ୍ତରତା ଢେର ଆଗରେ ରହିଛି। କିଛି ଦିନ ତଳେ ଚିକିଲି ଛକ ଠାରେ ୨ ଲକ୍ଷ ଟଙ୍କା ର ଶାଳୁଆ କାଠ ଜବତ କରିଥିବା ବେଳେ ଗଲା ରାତ୍ର ରେ ଏକ ଶାଗୁଆନ କାଠ ବୋଝଇ ୪୦୭ କୁ ଜବତ କରିଛି ବଡ଼ଗଡ଼ ବନବିଭାଗ |ସୂଚନା ପ୍ରକାରେ ବିଶେଶ ସୂତ୍ରରୁ ଶାଗୁଆନ କାଠ ଚୋରା ଚାଲାଣ ର ଖବର ପାଇ ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ ଙ୍କ ସହ ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଙ୍ଗ କରିବା ସମୟରେ ଗୋବରଲୁଣ୍ଡି ଛକ ନିକଟରେ ଶାଗୁଆନ କାଠ ବୋଝଇ ଏକ ୪୦୭ ଗାଡି ସହ ଏକ ବାଇକ କୁ ଜବତ କରିଥିଲା

|ଜବତ ହୋଇଥିବା କାଠ ର ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ସୂଚନା ଦେଇଛିନ୍ତି ବଡ଼ଗଡ଼ ବନ ବିଭାଗ | ଏହି ସମୟ ରେ ସିଦ୍ଧପୁର ବନପାଳ ଜଗବନ୍ଧୁ ପାତ୍ର,ଗୌଡ଼ଗୋଠ ବନପାଳ ବସନ୍ତ ସେଠି, ବନରଖି ସିମାଞ୍ଚଳ ଜେନା, ଧନେଶ୍ୱର ପ୍ରଧାନ, କୃଷ୍ଣ ଗୌଡ଼, ଦୁର୍ଗା ସେଠି ସହ ଅନ୍ୟାନ୍ୟ ସ୍କୁୟାର୍ଡ଼ ଟିମ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *