ଅଖଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଧରାକୋଟ ତହସିଲ ଆଗରେ ବିକ୍ଷୋଭ ପ୍ରଦର୍ଶନ ଧରାକୋଟ

-ଧରାକୋଟ ବ୍ଲକର ସାବା, ବଳରାମ ପୁର, ବାହାରପୁର ଓ ଧରାକୋଟ ପଞ୍ଚାୟତର ବିଭିନ୍ନ ଆଦିବାସୀ ,ହରିଜନ,ଭୂମିହୀନ ,ବାସହୀନ ଗରିବ ଲୋକମାନଙ୍କ ଏଗାର ଗୋଟି ମୌଳିକ ଦାବିନେଇ ଆଜି ଅଖିଳ ଭାରତ କିଶାନ୍ ମଜଦୂର ସଭା ତରଫରୁ ଏ ଆଇ କେ ଏମ ଏସ ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ,ରାଜ୍ୟ ସମ୍ପାଦକ ପ୍ରତାପ ନାୟକ,ବ୍ଲକ ସଭାପତି ନରସିଂହ ଦଳବେହେରା, ଦୟାନିଧି ସେଠୀ,ଅରକ୍ଷିତ ଗମାଙ୍ଗ ଓ ଯକ୍ଷ ଗମାଙ୍ଗ ଙ୍କ ନେତୃତ୍ୱରେ ଧରାକୋଟ ତହସିଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଛଅ ଦଫା ଦାବି ସମ୍ବଳିତପତ୍ର ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଓ ଛଅ ଦଫା ଦାବି ସମ୍ବଳିତ ପାତ୍ର ବି ଡି ଓ ଡେନିସ ବେହେରାଙ୍କୁ ପ୍ରଦାନ କରାଯାଇଛି। ଦାବୀ ଗୁଡ଼ିକ ମଧ୍ୟରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅଧିକାର ରୁ ବଞ୍ଚିତ ଆଦିବାସୀ ମାନଙ୍କୁ ଜଙ୍ଗଲଜମି ପ୍ରଦାନ,ସର୍ଭେ ସରିଥିବା ଜମିର ଫାଇନାଲ ପଟ୍ଟା ପ୍ରଦାନ,ପଟ୍ଟା ପ୍ରଦାନ ନାମରେ ଆଦିବାସୀ ମାନଙ୍କ ଠାରୁ ଠକେଇ କରି ନେଇଥିବା କୋଟିଏ ରୁ ଅଧିକ ଟଙ୍କା ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ,ସରକାରୀ ଜମି ରେ ଚାଷ ବାସ କରୁଥିବା ଭୂମିହୀନ ଓ ଗୃହହିନ ଲୋକଙ୍କୁ ପଟ୍ଟା ପ୍ରଦାନ,କର୍ପୋରେଟ କମ୍ପାନୀ ଙ୍କ ପାଇଁ ଘୋଷିତ ଲ୍ୟାଣ୍ଡ ବ୍ୟାଙ୍କର ବାତିଲ,ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଜାନିବିଲି ଟାଟା କଲୋନୀ ଓ ତାଳପାଟଣା ନୂଆ ରିଲିଫ ସାହିର ଗରିବ ଲୋକଙ୍କୁ ଜମି ଓ ଘର ପଟ୍ଟା ପ୍ରଦାନ ପାଇଁ ତହସିଲଦାର ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହିପରି କିଶାନ୍ ମଜଦୁର୍ ସଭା ପକ୍ଷରୁ ବି ଡି ଓ ଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡରୁ ବଞ୍ଚତ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବା,ବିଧବା, ବାର୍ଦ୍ଧକ୍ୟ, ବିକଳାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ଥିବା ହିତାଧୁକାରୀଙ୍କୁ ଏବଂ ପୂର୍ବରୁମିଳୁଥୁବା ହିତାଧୁକାରୀଙ୍କୁ ଭତ୍ତା ଏକ ହଜାର ଟଙ୍କା ପରିବର୍ତ୍ତେ ୩୫୦୦ ଟଙ୍କାକୁ ବୃଦ୍ଧିକରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା, ସାବା ଓ ବଳରାମ ପୁର ପଞ୍ଚାୟତର ଆଦିବାସୀ ଗ୍ରାମ ଗୁଡ଼ିକର ଜମିକୁ ଜଳସେଚନ ସୁବିଧା କରିବା,ବିଭିନ୍ନ ଦୁର୍ଗମ ଅଂଚଳରେ ରାସ୍ତାଘାଟ,ପାନୀୟ ଜଳ ଯୋଗାଣ ସାଙ୍ଗକୁ ଜମିକୁ ଜଳସେଚିତ କରିବା ,ମାଣିକପୁର ରୋଡ ସାହି ସମେତ ବସୁନ୍ଧରା ଯୋଜନା ରୁ ବଞ୍ଚିତ ସମସ୍ତ ପରିବାରକୁ ପିଇବା ପାଣି ଯୋଗାଣ ଓ ବାଦୁଆ ଠାରୁ ଭଳିଆଗୁଡା ଏବଂ ବୁରୁପଡ଼ା ଠାରୁ କୃଷ୍ଣପୁର ପକ୍କା ରାସ୍ତା ନିର୍ମାଣ ପାଇଁ ଦାବୀ କରାଯାଇଛି ।

Leave a Reply

Your email address will not be published. Required fields are marked *