ସୋରଡ଼ା ରେ ପାଳିତ ହେଲା ୭୮ତମ ସ୍ୱାଧୀନତା ଦିବସ

ଆଜି ସାରା ଦେଶ ରେ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ସରକାରୀ, ବେସରକାରୀ ସ୍ତର ରେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରାଯାଉଅଛି | ଏହି ଅବସରରେ ସୋରଡ଼ା ଠାରେ ଶଶୀଭୁଷଣ ଉଚ୍ଚ ବିଦ୍ୟାଳୟ ଠାରୁ ଛାତ୍ର ଛାତ୍ରୀ ମାନଙ୍କ ପ୍ୟାରେଡ ବାହାରି ସମ୍ପୂର୍ଣ୍ଣ ଟାଉନ ମାର୍ଚ୍ଚ କରି ପ୍ୟାରେଡ ଗ୍ରାଉଣ୍ଡ ରେ ପହଂଚି ଥିଲେ | ଏହା ସମୟରେ ସୋରଡ଼ା ଥାନା, ପୂର୍ବତନ ଭାରତୀୟ ସେନା ସଙ୍ଘ, ଏନ୍ ଏ ସି,ବଜାର ବଣିକ ସଂଘ,ଋଷିକୂଲ୍ୟା ବଣିକ ସଂଘ, ବରିଷ୍ଠ ନାଗରିକ ସଙ୍ଘ,ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ରେ ପତାକା ଓ ସୋରଡ଼ା ଉତୋଳନ ହେବା ସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ୍ତ ଶଶୀଭୁଷଣ ରଥ ଙ୍କୁ ପୁଲମଲ୍ ଦେବା ସହ ଜାତୀୟ ପତକା ଉତୋଳନ କରାଯାଇଥିଲା ।

ପ୍ୟାରେଡ ଗ୍ରାଉଣ୍ଡ ରେ ସୋରଡ଼ା ର ନବ ବିଧାୟକ ନୀଳମଣି ବିଷୋୟୀ ଜାତୀୟ ପତାକା ଉତଳନ ସହ ନିଜର ଅଭିବାଦନ ରଖିଥିଲେ ତାଙ୍କ ସହ ସୋରଡ଼ା ଥାନା ଅଧିକାରୀ ଅନିଲ ପରିଡ଼ା, ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ଆକାଶ ରଞ୍ଜନ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ଵାଳ, ବିଇଓ ପ୍ରିୟଦର୍ଶିନୀ ନାୟକ ଯୋଗ ଦେବା ସହ ଏବିଡ଼ିଓ,ଅଗ୍ନିଶମ ଅଧିକାରୀ,ରେଞ୍ଜର ବିଭିନ୍ନ ବେଙ୍କ ଶାଖା ଅଧିକାରୀ ଯୋଗ ଦେଇଥିଲେ | ଏହାପରେ ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ମାର୍ଚ୍ଚ କରି ଜାତୀୟ ପତକା କୁ ସମ୍ମାନ ଜଣାଇବା ସହ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥିଲେ | ସର୍ବ ଶେଷରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ବିଧାୟକ ପୁରସ୍କାର ବିତରଣ କରିଥିଲେ | ଆଜିର ପ୍ୟାରେଡ ରେ ସମର ଶିକ୍ଷାର୍ଥୀ ବାହିନୀ ରେ ଟେକ୍ନିକାଲ ହାଇସ୍କୁଲ୍, ଶଶି ଭୂଷଣ ହାଇସ୍କୁଲ , ସ୍କାଉଟ ରେ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ , ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟ,ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଗାଇଡ ରେ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପି ସି ଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଶି ଭୂଷଣ ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର, ରେଡକ୍ରସ ରେ ଋଷିକୂଲ୍ୟା ଡିଗ୍ରୀ ମହାବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶଶି ଭୂଷଣ ଉଚ୍ଚ ବିଦ୍ୟାଳୟ, ସବୁଜ ବାହିନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶଶି ଭୂଷଣ ଉଚ୍ଚ ବିଦ୍ୟାଳୟ, ସିଭିଲିଆନ ରେ ଏନ୍ ପି ସି ଏମ ମହିଳା ଉଚ୍ଚ ମାଧ୍ୟମିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୟ ଦୁର୍ଗା ସାଂସ୍କୃତିକ କ୍ଲବ, ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର, ମିଶନ ବାଳିକା ପ୍ରାଥମିକ ବିଦ୍ୟାଳୟ,ମିଶନ ବାଳକ ପ୍ରାଥମିକ ବିଦ୍ୟାଳୟ,ବାଳିକା ପ୍ରାଥମିକ ବିଦ୍ୟାଳୟ,ପୂର୍ବତନ ବୋର୍ଡ ପ୍ରାଥମିକ ବିଦ୍ୟାଳୟ, ବରାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ, ସାହାଯ୍ୟ ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ, ସରସ୍ଵତୀ ବିଦ୍ୟା ମନ୍ଦିର, ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର, ପ୍ରଗତି ପବ୍ଲିକ ସ୍କୁଲ, ମର୍ଡନ ଡିପଲ୍ ପବ୍ଲିକ ସ୍କୁଲ, ସେଣ୍ଟ ଜୋସେଫ ଇଂରାଜି ମାଧ୍ୟମ ବିଦ୍ୟାଳୟ ପ୍ୟାରେଡ ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *