ସଚେତନ ନାଗରିକ ମଞ୍ଚ ପକ୍ଷରୁ ମେଧାସମ୍ମାନ
ସଚେତନ ନାଗରିକ ମଞ୍ଚ ପକ୍ଷରୁ ମେଧାସମ୍ମାନ l ଚଳିତ ବର୍ଷ ଅବିଭକ୍ତ ପୁରୀ ଜିଲ୍ଲାର ଦଶମ ଶ୍ରେଣୀ ରେ ବ୍ଲକ ଟପର ଛାତ୍ର ଛାତ୍ରୀ ଙ୍କୁ ସଚେତନ ନାଗରିକ ମଞ୍ଚ ଗୋପ ଶାଖା ପକ୍ଷରୁ ମେଧାସମ୍ମାନ 2024 ପ୍ରଦାନ l ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମା ପାଇଁ ଗଛ ଟିଏ ଅଭିଯାନ ରେ ଶ୍ରେଷ୍ଠ ଛାତ୍ର ଛାତ୍ରୀ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା l ଗୋପ କଲେଜ ନିକଟସ୍ତ ନର୍ସରୀ ମାଲିକ ଯୋଗେନ୍ଦ୍ର ବେହେରା ଙ୍କ ପକ୍ଷରୁ ଦଶମ ଟପର ଙ୍କୁ ବୃକ୍ଷ ପ୍ରଦାନ କରାଯାଇଥିଲା l ଏହି ଉତ୍ସବ ଟି ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍ମାର୍ଟ କ୍ଲାସ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସଚେତନ ନାଗରିକ ମଞ୍ଚ ଗୋପ ଶାଖା ର ପ୍ରମୁଖ ସଚ୍ଚିଦାନନ୍ଦ ଗୋଛାୟତ ସଭାପତିତ୍ୱ କରିଥିଲେ l ସଭା କାର୍ଯ୍ୟ ପରିଚାଳନା କରିଵା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ପ୍ରଧାନଶିକ୍ଷକ ସୁବାସ ଚଦ୍ର ପ୍ରଦାନ l ମୁଖ୍ୟ ଅତିଥି ଭାବେ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତିକ କବି ପୁନେଶ କୁମାର ସେନାପତି l ଶ୍ରୀଯୁକ୍ତ ସେନାପତି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସ୍ୱାଭିମାନ ସହିତ କିପରି ବଞ୍ଚିବ ସେ ସମ୍ପର୍କ ରେ ମାର୍ଗ ଦର୍ଶନ କରିଥିଲେ l ସମ୍ମାନୀୟ ଅତିଥିଭାବେ ଗୋପ ବ୍ଲକ ଅଧକ୍ଷ ବନରଞ୍ଜନ ପଟ୍ଟନାୟକ, ଗୋପ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ପ୍ରକାଶ ଚନ୍ଦ୍ର ଖଟୋଇ ଙ୍କ ଦ୍ଵାରା ପ୍ରକାଶିତ ଶିଶୁ ମାନଙ୍କ ଖବର କାଗଜ ” ବାନାରସେନା ” ର ଅଗଷ୍ଟ ମାସର ସଂସକରଣ ଉନ୍ମୋଚନ କରାଯାଇଥିଲା, ସତ୍ୟ ଖବର ସମ୍ପାଦକ ଅକ୍ଷୟ କୁମାର ନାୟକ, ଉତ୍ସର୍ଗ ପରିବାର ର ସଭାପତି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ବିକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ l ମେଧାସମ୍ମାନ 2024 ରେ ସମ୍ମାନିତ ହୋଇଥିବା ପିଲାମାନେ ହେଲେ l ସାଇ ସୁମେଧା ଭୋଳ, ଅଭିପ୍ସା ନନ୍ଦ, ଅନନ୍ୟା ସେନାପତି, ସ୍ମୃତିରେଖା ପୃଷ୍ଟି, ଶ୍ୱେତ ପଦ୍ମା ତ୍ରିପାଠୀ, ସତ୍ୟମ ସୁଭଦର୍ଶୀ ସାହୁ, ଲକ୍ଷ୍ମଣ ବାରିକ, ଇଙ୍କିନି ଇସ୍ପିତା ପରିଡା, ଅଭିଜିତ ପରିଡା, ଜୋତ୍ରୀମୟୀ ସ୍ୱାଇଁ, ଙ୍କୁ ମାନପତ୍ର ଓ ଟ୍ରଫି ଏବଂ ମା ପାଇଁ ଗାଟିଏ ପ୍ରଦାନ କରାଯାଇଥିଲା l ଚଳିତ ବର୍ଷ ଛାତ୍ର ଛାତ୍ରୀଙ୍କୁ ମେଧାସମ୍ମାନ 2024 ପ୍ରଦାନ କରାଗଲା ଆଗାମୀ ଦିନରେ ବିଭିର୍ନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କୁ ସଚେତନ ନାଗରିକ ମଞ୍ଚ ଗୋପ ଶାଖା ପକ୍ଷରୁ ସମର୍ଦ୍ଧିତ କରାଯିବ ବୋଲି ଶାଖା ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ କହିଥିଲେ l
