କୋଣାର୍କରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
କୋଣାର୍କରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ l ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଣାର୍କରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସ୍ପୋର୍ଟସ ଏକାଡେମୀ, ଜନମଙ୍ଗଳ ଯୁବ ସଂଗଠନ ଓ ଏନଏସି ର ମିଳିତ ସହଯୋଗରେ କଲ୍ୟାଣ ମଣ୍ଡପ ପରିସରରେ ୨୪ ତମ ରାଜ୍ୟସ୍ତରୀୟ ଦିବା ରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ୮ଟି ପ୍ରମୁଖ ଦଳ ଭାଗ ନେଇଥିଲେ। ହଜାର ହଜାର ସଂଖ୍ୟାରେ ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୋଣାର୍କ ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଉପସ୍ଥିତ ରହି ଏହି ଭଳି ଖେଳକୁ ଉପଭୋଗ କରିଥିଲେ । ଏଥିରେ କୋଣାର୍କ ଚନ୍ଦ୍ରଭାଗା ତେଲୁଗ ବସ୍ତି ଦଳ ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲା ବେଳେ ନିମାପଡା ଦଳ ରନର୍ସ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା।
