ମହାନ୍ ସଂଘ ଯୁବ ବିଭାଗ ଓ କଳାଞ୍ଜଳି ଟ୍ରଷ୍ଟ ପକ୍ଷ ରୁ ସ୍ବାସ୍ଥ୍ୟ ସେବା

ମହାନ୍ ସଂଘ ଯୁବ ବିଭାଗ ଓ କଳାଞ୍ଜଳି ଟ୍ରଷ୍ଟ ପକ୍ଷ ରୁ ସ୍ବାସ୍ଥ୍ୟ ସେବା l ସ୍ବାସ୍ଥ୍ୟ ହିଁ ସମ୍ପଦ, ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ଯୁବ ବିଭାଗ ଓ କଳାଞ୍ଜଳି ଟ୍ରଷ୍ଟ ତରଫରୁ ରାମଚନ୍ଦ୍ରପୁର ସ୍ଥିତ ବିଶ୍ଵ ନିକେତନ ଜରା ନିବାସ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ୮୦ ରୁ ଉର୍ଦ୍ଧ ଜଣଙ୍କୁ ଆୟୁର୍ବେଦିକ , ଦନ୍ତ ,ଚକ୍ଷୁ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା।ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଶିବିର କୁ ଉଦଘାଟନ କରି ଉଭୟ ଅନୁଷ୍ଠାନ ର କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ, ସଂପ୍ରତି ସ୍ବାସ୍ଥ୍ୟ ସେବା ବ୍ୟୟ ବହୁଳ ଓ ସମୟ ବହୁଳ ହୋଇ ପଡ଼ିଥିବାରୁ ଗ୍ରାମାଞ୍ଚଳ ରେ ଶିବିର ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ମହାନ୍ କାର୍ଯ୍ୟ ଓ ଉଭୟ ଅନୁଷ୍ଠାନ ତରଫରୁ ଚଳିତ ବର୍ଷ ଅଧିକ ଶିବିର ଆୟୋଜନ କରାଯିବା ବୋଲି ସୂଚନା ଦେଇଥିଲେ।

ଡ ନକୁଲ ସାହୁ, ଡ ସୁରଜିତ ପାଣିଗ୍ରାହୀ, ଡ ଉତ୍ତମ ଓ ରୁବୀ ଆଇ ହସ୍ପିଟାଲ ର ବିଶେଷଜ୍ଞ ମାନେ ଯୋଗଦେଇ ଚିକିତ୍ସା କରିଥିଲେ। କାର୍ଯ୍ୟ କ୍ରମକୁ ଶ୍ରୀ ରାକେଶ ସିଂଦେଓ, ଶ୍ରୀ ଚିତ ପ୍ରଧାନ ପ୍ରିନ୍ସ କୁମାର ମିଶ୍ର,ଆକାଶ କୁମାର, ସିବକାନ୍ତ ଗୌଡ଼ ,ଏସ ଦିୱାନ୍ କୁମାର, ୱାହିଦା ବାଗ, ଅମନ ଅଲି, ଶ୍ରୀମତୀ ସବିତା ସାହୁ, ଶ୍ରୀନିବାସ ରାଓ, ସଂଗ୍ରାମ ବଢ଼େୟୀ ପ୍ରମୁଖଙ୍କ ଶିବିର ପରିଚାଳନା କରିଥିବା ବେଳେ ଉଦ୍ଭୟ ଅନୁଷ୍ଠାନର ବହୁ ସଦସ୍ୟା ସଦସ୍ୟା ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *