ବକ୍ସ କଳ୍ଭର୍ଟ ନିର୍ମାଣ ପାଇଁ ଦାବୀ
ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ ଅଧୀନରେ ରହିଥିବା ଧରାକୋଟ ବ୍ଲକର ବାହାର ପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପୁର ଶାସନ ବାଖର କଟା ରାସ୍ତାର ପଦ୍ମପୁର ଗ୍ରାମ ନିକଟରେ ବର୍ଷାଜଳ ରାସ୍ତା ଅତିକ୍ରମ କରୁଥିବା ଯୋଗୁଁ ପ୍ରତିବର୍ଷ ରାସ୍ତା ନଷ୍ଟ ହେଉଛି । ଧରାକୋଟ ଗ୍ରାମ୍ୟ ଉନ୍ନୟନ ସେକ୍ସନ ଅଧିନରେ ଏହି ରାସ୍ତା ଗତ ପାଞ୍ଚ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ପଦ୍ମପୁର ଗାଁ ଅତିକ୍ରମ ପରେ ଏକ ଡ୍ରାପ ରହିଛି । ବାହାରପୁର, କେନ୍ଦୂପଲି , ଖାରିପଲି ଓ ଓଳମ୍ବା ଗାଁ ଅଞ୍ଚଳର ବିଲମାଳର ଉଦବୃତ ପାଣି ଏହି ଡ୍ରାପ ଦେଇ ରାସ୍ତା ଅତିକ୍ରମ କରି ଆଗୁଳ ନାଳରେ ମିଶୁଛି। ଅଧିକ ବର୍ଷା ହେଲେ ଏହି ଡ୍ରାପ ଦେଇ ଦୀର୍ଘ ସମୟ ଧରି ପାଣି ପ୍ରବାହିତ ହେଉଥିବା ଯୋଗୁଁ ପଦ୍ମପୁର ଓ ଓଳମ୍ବା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡୁଛି । ଅନ୍ୟପଟରେ ବର୍ଷାଜଳ ନିଷ୍କାସନ ବେଳେ ଧନ ଜୀବନ ନଷ୍ଟ ହେଉଛି। ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସେଠାରେ ଏକ ବାକ୍ସ କଲ୍ଭର୍ଟ ନିର୍ମାଣ ପାଇଁ ଦାବୀ ହେଉଛି।
