ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ
– ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ମହିଳା ସଂଗଠନ ପକ୍ଷରୁ କଲିକତାରେ ଘଟିଥିବା ଡାକ୍ତରୀ ଛାତ୍ରୀ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଅମର ଆତ୍ମାର ସଦଗତି କାମନା କରି ଏକ କ୍ୟାଣ୍ଡେଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହିଳା ସଂଗଠନର ମୁଖ୍ୟ ପଲ୍ଲିଶ୍ରୀ ଷେଣ୍ଢ ଙ୍କ ଆହ୍ୱାନ କ୍ରମେ ମହିଳାମାନେ ଜଗନ୍ନାଥ ମନ୍ଦିର ଠାରେ ଏକତ୍ରିତ ହେବା ପରେ ସେଠାରୁ ଏକ କ୍ୟାଣ୍ଡେଲ ଶୋଭଯାତ୍ରା ସହର ପରିକ୍ରମା କରାଯାଇଥିଲା l ପ୍ରାରମ୍ଭରେ ମୃତ ଡାକ୍ତରୀ ଛାତ୍ରୀ ମୋମିତାଙ୍କର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ରିତାଞ୍ଜଳୀ କବି, ବ୍ରଜେଶ୍ବରୀ ଦାସ, ସ୍ମିତାରାଣୀ ରାଉତ, ସାଇସ୍ମିତା ରାଉତ, ଅମିତା ପ୍ରଧାନ, ମନ୍ଦାକିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
