ରାୟଗଡ ଓ୍ବାକର୍ସ କ୍ଲବ ଦ୍ବାରା ବିଶ୍ବ ଆଣ୍ଟି ଅବେସିଟି ଦିବସ ପାଳିତ

ଅଦ୍ୟ ତା ୨୬.୧୧.୨୦୨୬ ରିଖ ପୂର୍ବାହ୍ନ ୭ ଘଟିକା ସମୟରେ ରାୟଗଡ ପ୍ରେମ ପାହାଡସ୍ଥ କମୁନିଟ ହଲରେ ବିଶ୍ବ ଆଣ୍ଟି ଅବେସିଟି ଦିବସ ପାଳନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଲକ୍ଷ୍ମୀ ନାରାୟଣ ପୃଷ୍ଟିଙ୍କୁ ବକ୍ତା ଭାବରେ ନିମନ୍ତ୍ରଣ କରା ଯାଇଥିଲା । ସେ ମୋଟାପଣର କାରଣ,ଅପକାର ଓ ପ୍ରତିକାର ବିଷୟରେ ବୁଝାଇବା ସଙ୍ଗେ ସଙ୍ଗେ ଔଷଧ ସେବନ କରିବା ଅପେକ୍ଷା ଖାଦ୍ୟ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେବା ପାଇଁ କହିଥିଲେ । ଏହା ବ୍ୟତୀତ କ୍ଲବର ସଭାପତି ବ୍ରଜ ସୁନ୍ଦର ନାୟକ,ଆଞ୍ଚଳିକ ସଂଯୋଜକ ଟି.ଜୟରାମ,ପୂର୍ବତନ ସଭାପତି ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ମୋଟାପଣ ବିରୋଧରେ ସୁଚିନ୍ତିତ ମତାମତ ଦେଇଥିଲେ । ଶେଷରେ କ୍ଲବର ସମ୍ପାଦକ ମନ୍ମଥ ତୁଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ବ୍ରଜ ସୁନ୍ଦର ନାୟକ ସଭା ସାଙ୍ଗ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *