ରାସ୍ତା କଡ଼ରୁ ବୃଦ୍ଧାଙ୍କୁ ଉଦ୍ଧାର କଲେ କୁନ୍ଦେଇ ପୋଲିସ ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଓଡ଼ିଶା ଛତିଶଗଡ ସୀମାନ୍ତରେ ଲାଗିରହିଥିବା ପରଚିପାରା ଓ ହଳଦା ରାସ୍ତା ପାର୍ଶ୍ବରେ ଏକ ଅଜଣା ବୃଦ୍ଧା ବ୍ୟକ୍ତି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ କୁନ୍ଦେଇ ଥାନାରେ ଖବର ଦେଇଥିଲେ । କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଖବର ପାଇବାକ୍ଷଣି ଆମ୍ବୁଲାନ୍ସକୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଯୁକ୍ତ ସେଠୀ ଘଟଣା ସ୍ଥଳରୁ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ଵାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟି ଦେଇ ସଙ୍ଗେ ସଙ୍ଗେ ନିକଟସ୍ଥ ହାଟଭରଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ। ସୁଚନା ଅନୁଯାଇ ବୃଦ୍ଧାଙ୍କ ପାଖରେ ଥିବା ଆଧାର କାର୍ଡକୁ ଭିତ୍ତି କରି ବୃଦ୍ଧା ଜଣଙ୍କ ନାଗରି ଗାଆଁର ବେଦରାମ କୁଞ୍ଜମ ବୋଲି ଜଣାପଡିଛି। ଏ ଖବର ପାଇବା ମାତ୍ରେ କୁନ୍ଦେଇ ଥାନା ଅଧିକାରୀ ଛତିଶଗଡ ରାଜ୍ୟର ଧମତରୀ ଜିଲ୍ଲାର ନାଗରୀ ଥାନା ଏସଡିପିଓ କୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଛତିଶଗଡ ପୁଲିସ କୁନ୍ଦେଇ ଥାନା ସହିତ ଯୋଗାଯୋଗ କରି ହାବିଲଦାର ରଘୁନାଥ ନାୟକଙ୍କ ସହ ହାଟଭରଣ୍ଡି ମେଡ଼ିକାଲରେ ପହଞ୍ଚିଥିଲେ। ଅନ୍ୟ ପଟେ ସଦାବେଳେ କୁନ୍ଦେଇ ପୋଲିସ ଏଭଳି କାର୍ଯ୍ୟକରି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *