ମହପ୍ରଭୁଙ୍କ ନାମରେ ଯୋଡ଼ି ହେଲା ଆଉ ଏକ ବହୁମୂଲ୍ୟ ସମ୍ପତ୍ତି

ମହପ୍ରଭୁଙ୍କ ନାମରେ ଯୋଡ଼ି ହେଲା ଆଉ ଏକ ବହୁମୂଲ୍ୟ ସମ୍ପତ୍ତି ।50 ବର୍ଷ ପରେ ମହାପ୍ରଭୁଙ୍କ ଖାତାକୁ ଆଜି ଫେରିଛି 81 ଏକର ଜମି ।ସମଙ୍ଗରା ମୌଜାର ବାଇଦାସ ନଗର ଠାରୁ ମାଳତୀପାଟପୁର ଆରଓବିକୁ ସଂଯୋଗ କରୁଥିବା ଏନ୍ଏଚର ଦୁଇ ପାର୍ଶ୍ଵରେ ରହିଥିଲା ମହାପ୍ରଭୁଙ୍କ ଜମି ।ବୋର୍ଡ ଅଫ୍ ରେଭେନ୍ୟୁର ଦୁଇଟି କେଶ୍ ରେ ରାୟ କ୍ରମରେ ପ୍ରାୟ 41 ଟି ପ୍ଲଟ ଯାହାର ବଜାର ମୂଲ୍ୟ ପ୍ରାୟ 1000 କୋଟି ହେବ,ତାହା ପୁଣି ମହାପ୍ରଭୁଙ୍କ ନାମକୁ ଆସିଛି।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାୟର ହୋଇଥିବା ଦୁଇଟି ଏସ ଆର୍ ପି କେସ ନମ୍ୱର୍ 101/2023 ଏବଂ ଏସ ଆର୍ ପି କେସ

102/2023ର ବିଚାର ରାଜସ୍ୱ ପର୍ଷଦ 81ଏକର ରୁ ଉର୍ଦ୍ଧ୍ବ ଜମିର ସ୍ଵତୁଲିପିକୁ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ସଂଶୋଧନ କରିବାକୁ ତହସିଲଦାରଙ୍କୁ ନିର୍ଦେଶ ପରେ ଏହି ଜମିକୁ ଚିହ୍ନଟ କରି ସୂଚନା ଫଳକ ଲଗାଇଛି ପ୍ରଶାସନ ।ଗତକାଲି ମଧ୍ୟ ଦାମୋଦର ପୁର ମୌଜାରେ 260 କୋଟି ମୂଲ୍ୟର 52 ଏକର 22 ଡେସିମାଲ ଜମି କୁ ଅଧିଗ୍ରହଣ କରିଥିଲା ପ୍ରଶାସନ ।ତେବେ ଜମି ଅଧିଗ୍ରହଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସମଙ୍ଗରା ଜମି ଦଖଲରେ ଥିବା ପ୍ରଜା ।
ମହାପ୍ରଭୁଙ୍କ ଜମିକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତବର୍ଷ ରାଜସ୍ୱ ମନ୍ତ୍ରୀ କରିଥିଲେ ସମୀକ୍ଷା ।ଏହାପରେ ପ୍ରାୟ 3ହଜାର ଏକର ଜମି ମହାପ୍ରଭୁଙ୍କ ନାମକୁ ଫେରିଲାଣି ।ଦୁଇ ଦିନ ଭିତରେ 1250 କୋଟି ମୂଲ୍ୟର 133 ଏକର ଜମି ଫେରିଥିବା ବେଳେ ଗତ ଏକ ମାସ ମଧ୍ୟରେ ଫେରିଲାଣି ପ୍ରାୟ 216 ଏକର ଜମି ।ଯାହାଫଳରେ ଶ୍ରୀମନ୍ଦିର ରାଜସ୍ଵ ବୃଦ୍ଧି ହେବ।ତେଣୁ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ୱାଗତ କରିଥିବା ବେଳେ ଯେଉଁମାନଙ୍କର କୌଣସି ଆପତ୍ତି ଅଛି ସେମାନେ ଉପଯୁକ୍ତ ଫୋରମ୍ ରେ ଆବେଦନ କରିପାରିବେ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।ତେବେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି ମହାପ୍ରଭୁଙ୍କ ଜମି ଫେରିବା ପ୍ରକ୍ରିୟା ଜାରି ରହିବ ।ଜମିରେ ଆବଶ୍ୟକତା ଅନୁଯାୟୀ ଜନସାଧାରଣ ତଥା ଭକ୍ତଙ୍କ ପାଇଁ ତୀର୍ଥଯାତ୍ରୀଙ୍କ ପାଇଁ ପ୍ରକଳ୍ପ କରାଯିବ।

1927 ସାବିକ ପଟା ରେ ଅନେକ ଜମି ମହାପ୍ରଭୁଙ୍କ ନାମରେ ଥିବାବେଳେ 1977 ହାଲ୍ ରେ ରେକର୍ଡ ବ୍ୟକ୍ତିଗତ ଲୋକଙ୍କ ନାଁରେ କରାଯାଇଥିବାରୁ ଏହାକୁ ମହାପ୍ରଭୁଙ୍କ ନାମରେ ଫେରାଇ ଆଣିବା ପାଇଁ ଫୋକସ ରଖିଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published. Required fields are marked *