ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୀ ୨୦/୮ ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୩୨ ଗୋଟି ଅଭିଯୋଗ ମିଳିଥିଲା।ସେଥି ମଧ୍ୟରୁ ୨୭ ଗୋଟି ବ୍ୟକ୍ତିଗତ, ୨ ଗୋଟି ଗ୍ରାମ ସମସ୍ୟା ସମ୍ପର୍କିତ, ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ସହାୟତା ସମ୍ପର୍କିତ ଓ ୧ ଗୋଟି ରେଡକ୍ରସ ସହାୟତା ସମ୍ପର୍କରେ ଆବେଦନ ରହିଥିଲା।ତତକ୍ଷଣାତ ୭ ଗୋଟି ଅଭିଯୋଗ ର ସମାଧାନ ହୋଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା

।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଏଡିଏମ ଓ ଡା ବିନୋଦ ରଥ,ଅଭିଯୋଗ ପ୍ରକୋଷ୍ଠ ଡେପୁଟି କଲେକ୍ଟର ଆଶୁତୋଷ ଦେ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *