କାମାକ୍ଷାନଗର ରେ ଭାରତବନ୍ଦ ପାଳନ
ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କୋଟା ଆରକ୍ଷଣ ଉପରେ ଗ୍ରହଣ କରିଥିବା ନିଷ୍ପତ୍ତି କୁ ବିରୋଧ କରି କାମାକ୍ଷାନଗର ସହର ରେ ଜିଲ୍ଲା ଦଳିତ ମହାସଂଘ, ଆମ୍ବେଦକର ବିଚାର ମଞ୍ଚ ଓ ବିଭିନ୍ନ ସଂଗଠନ ତରଫରୁ ଭାରତବନ୍ଦ ଡାକରା ରେ ବନ୍ଦ ପାଳନ କରାଯାଇଛି l ଏହି ଅବସରରେ ସହର ର ଆଳତୁମା, ଜିରିଡାମାଳି, ମାଳପୁରା ପ୍ରଭୂତି ସ୍ଥାନ ରେ ପ୍ରତିବାଦ ଶୋଭାଯାତ୍ରା ଓ ଧାରଣା କରାଯାଇ ଭାରତବନ୍ଦ କରାଯାଇଛି l କେନ୍ଦ୍ର ରେ ଥିବା ମୋଦୀ ସରକାର ଙ୍କ ଦଳିତ ବିରୋଧୀ ନୀତି କୁ ସମଗ୍ର ଭାରତବର୍ଷ ରେ ଦୃଢ ପ୍ରତିବାଦ କରାଯିବା ସହ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଅନୁସୂଚିତ ଜାତି ଓ ଜନଜାତି ଙ୍କ ଉପରେ ନିର୍ଣ୍ଣୟ କରିଥିବା କୋଟା ଭିତ୍ତିକ ରାୟ କୁ ବନ୍ଦ କରିବା ପାଇଁ ସ୍ଲୋଗାନ ମାଧ୍ୟମରେ ବିରୋଧ କରାଯାଇଛି l ସହର ର ସଂଖ୍ୟାଲଘୁ ସମ୍ପ୍ରଦାୟ, ଆଦିବାସୀ ସଙ୍ଘ, ମଧ୍ୟ ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ସାମିଲ ରହି ଏହା କୁ ଦୃଢ ବିରୋଧ କରିଥିଲେ l ଏହି ବନ୍ଦ ଫଳରେ ସହର ରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନବଜାର ମଧ୍ୟ ବନ୍ଦ ରହିଛି l ଶାନ୍ତିଶୃଙ୍ଖଳା କୁ ଦୃଷ୍ଟି ରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି l ଏହି ବନ୍ଦ ସକାଳ ୭.୩୦ ରୁ ସଂନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବାକୁ ଥିବାବେଳେ ସମସ୍ତେ ଏହି ଭାରତବନ୍ଦ କୁ ସମର୍ଥନ କରିବା ପାଇଁ ଆୟୋଜକ ଙ୍କ ତରଫରୁ ନିବେଦନ କରାଯାଇଛି l
