ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

*ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର।* *(ଜଣେ ମନୁଷ୍ୟକୁ ମନୁଷ୍ୟ ରକ୍ତ ହିଁ ଏକାନ୍ତ ଆବଶ୍ୟକ, ତେଣୁ ରକ୍ତଦାନ ହିଁ ଏକମାତ୍ର ବିକଳ୍ପ – ମୁଖ୍ୟ ଅତିଥି)* *(ରକ୍ତଦାନ ଅନ୍ୟକୁ ଜୀବନଦାନ – ସମ୍ମାନିତ ଅତିଥି)* ଆସିକା ତା ୨୧/୮ – ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖାର ସଂଯୋଜନାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୁଖ୍ୟ ଅତିଥିରୂପେ ଆସିକା ସହରର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ସମ୍ମାନିତ ଅତିଥି ରୂପେ କୋଟିନଡ଼ା (ଆସିକା) ପୋଲିସ୍ ଥାନାର ଆରକ୍ଷୀ ନିରୀକ୍ଷକ ଶ୍ରୀକୃଷ ସାହା, ଆସିକା ଉପଖଣ୍ଡ ସରକାରୀ ଚିକିତ୍ସାଳୟର ଉପଖଣ୍ଡ ମୁଖ୍ୟ ମେଡିକାଲ୍ ଅଧିକାରୀ ଡ଼. ବାଲ୍ ଗୋପାଲ୍ ବେହେରା ଏବଂ ମେଡ଼ିକାଲ୍ ଅଧିକାରୀ ଡ଼. ସଂଗ୍ରାମକେଶରୀ ସାହୁ ଉପସ୍ଥିତ ଥିଲେ। ରକ୍ତଦାନ ମହତ୍ ଦାନ ବିଷୟରେ ସମସ୍ତେ ଆଲୋକପାତ କରିଥିଲେ।

ପରିବାର ସଦସ୍ୟ, ସଂପର୍କୀୟ ଏବଂ ମିତ୍ରଙ୍କ କୌଣସି ପ୍ରକାର ଶାରିରୀକ ଅସୁସ୍ଥତାର ଜରୁରୀକାଳିନ ପରିସ୍ଥିତିରେ ରକ୍ତଦାନ ପରି ମହତ୍ ଦାନ କରିବା ପାଇଁ ଅଧ୍ୟକ୍ଷ ଡ. ତ୍ରିପାଠୀ ଶିବିରରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟଅତିଥି ଏସ୍.ଡି.ପି.ଓ ମହୋଦୟ ନିଜ ବ୍ୟକ୍ତବ୍ୟରେ କହିଥିଲେ ରକ୍ତଦାନ ପ୍ରଥମେ ବିଦ୍ୟାର୍ଥୀମାନଙ୍କ ଠାରୁ ଆରମ୍ଭ ହେବା ଆବଶ୍ୟକ ଏବଂ ଜଣେ ମନୁଷ୍ୟକୁ ମନୁଷ୍ୟ ରକ୍ତ ହିଁ ଏକାନ୍ତ ଆବଶ୍ୟକ, ତେଣୁ ରକ୍ତଦାନ ହିଁ ଏକମାତ୍ର ବିକଳ୍ପ। ଅଧ୍ୟକ୍ଷ ନିଜର ଅଧ୍ୟକ୍ଷତା ବ୍ୟକ୍ତବ୍ୟରେ ରକ୍ତଦାନର ତିନୋଟି ମହତ୍ ଉଦ୍ଦେଶ୍ୟ ବିଷୟରେ ମହତ୍ବ ଦେଇଥିଲେ। ରକ୍ତହିନତା ଜନିତ ରୋଗୀ, ଯେ କୌଣସି ଅଙ୍ଗର ଅସ୍ତ୍ରୋପଚାର କରିବା ବ୍ୟକ୍ତି ଏବଂ ମହିଳାଙ୍କ ପ୍ରସୂତି ସମୟରେ ରକ୍ତଦାନ ନିତାନ୍ତ ଆବଶ୍ୟକ। ଅନ୍ୟ ମେଡିତାଲ୍ ର ଆବଶ୍ୟକତା ବ୍ୟତୀତ କେବଳ ଏମ୍.କେ.ସି.ଜି. ବ୍ରହ୍ମପୁର ମେଡିକାଲ୍ ହସ୍ପିଟାଲ୍ ରେ ଦୈନିକ ୧୦୦ ପାଉଚ୍ ରକ୍ତ ୟୁନିଟ୍ ଦରକାର ହୋଇଥାଏ ବୋଲି ସମ୍ମାନିତ ଅତିଥି ଡ଼. ବେହେରା କହିଥିଲେ। ସମ୍ମାନିତ ଅତିଥି ଡ. ସାହୁ ରକ୍ତଦାନ ଅନ୍ୟକୁ ଜୀବନଦାନ ବୋଲି କହିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ ମଧ୍ୟ ମଞ୍ଚାସୀନ ଥିଲେ। ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କ ଠାରୁ ମୋଟ ୪୦ (ଚାଳିଶ୍) ୟୁନିଟ୍ ସ୍ବେଚ୍ଛାକୃତ ଭାବେ ରକ୍ତ ପାଉଚ୍ ସଂଗ୍ରହିତ କରାଯାଇଥିଲା। ସମସ୍ତ ମେଡିକାଲ୍ ନିୟମ ମୁତାବକ ଭଂଜନଗର ଉପଖଣ୍ଡ ଡାକ୍ତରଖାନାର ମେଡିକାଲ୍ ଟିମ୍ ଏବଂ ଉକ୍ତ ଟିମ୍ ର ମୁଖ୍ୟ ସଂଗ୍ରାହକ ବିପିନ୍ କୁମାର ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ସମସ୍ତଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଶିବିରର ସମସ୍ତ କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଯୁବ ରେଡକ୍ରସ ଉପଦେଷ୍ଟା ରାଜେଶ କୁମାର ସାହୁ, ଡ. ଅଜିତ୍ କୁମାର ମୁନୀ, ସ୍କାଉଟ୍ ଗାଇଡ୍ସର ଅଧିକାରୀ ସରୋଜ କୁମାର ପଣ୍ଡା, ଜାତୀୟ ସେବା ଯୋଜନାର ଯୋଜନା ଅଧିକାରୀ ପବିତ୍ର ଧଙ୍ଗଡାମାଝୀ ଏବଂ ଅଧ୍ୟାପିକା ଇ. ରେଶମା ପାତ୍ର, ଆତ୍ମସୁରକ୍ଷା ବାହିନିର ସଂଯୋଜିକା ମିନତି ବେହେରା, ରଶ୍ମିପ୍ରିୟା କାଲୋ, କଲେଜ କର୍ମଚାରୀ ଯୁବ ରେଡକ୍ରସ୍ ଏନ୍.ଏସ୍.ଏସ୍ ଏବଂ ଏନ୍.ସି.ସି. ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ, ସହଯୋଗ କରିଥିଲେ। ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ଚୌଧୁରୀ, ଡ. ବସନ୍ତ କୁମାର ଆଚାରୀ, ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଡ. ନନ୍ଦିତା ଦାଶ ରକ୍ତଦାନ ଶିବିରରେ ଉପସ୍ଥିତ ରହି ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହନ କରିଥିଲେ। ସ୍ବେଚ୍ଛାସେବୀ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପ୍ରୋତ୍ସାହନ କରାଯାଇଥିଲା। ସ୍ବତନ୍ତ୍ରରୂପେ ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖାର ସକ୍ରିୟ ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ଏବଂ ପ୍ରାକ୍ତନ ଛାତ୍ର କମଳ ଲୋଚ଼ନ, ଦୀପକ କୁମାର, ଆଶିଷ ବନ, ହୃଷିକେଶ୍, ସୁମନ, ଅଙ୍କିତା, ଶୁଭଶ୍ରୀ, ତେଜସ୍ବୀ, ସ୍ମୃତିରଂଜନ, ହିମାଂଶୁ ରୟଜିତ୍, ସନ୍ତୋଷ ଛାତ୍ରଛାତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *