ଗଞ୍ଜାମ ଜିଲ୍ଲାରେ ମଦ ମୃତ୍ୟୁ ର ତାଣ୍ଡବ
ଗଞ୍ଜାମ ଜିଲ୍ଲାରେ କିଛି ଦେଶୀ ମଦ ଭାଟିରେ ମଦ ପ୍ରସ୍ତୁତି ବେଳେ ୟୁରିଆ, ଇଷ୍ଟ ଓ ଗୁଡ଼ ମିଶ୍ରଣ କରୁଥିବା ସମ୍ପର୍କ ରେ ସ୍ୱାନୀୟ ଲୋକ ପୂର୍ବରୁ ବହୁବାର ପ୍ରତିବାଦ କରି ବିଫଳ ହେଇଛନ୍ତି । ହେଲେ ତାହାର ନଗ୍ନ ନମୁନା ଚିକିଟି ଅଞ୍ଚଳ ର କରବାଳୁଆ ଓ ଜେନାପୁର ନିକଟସ୍ଥ ମାଉନ୍ଦପୁର ଗ୍ରାମରେ ବିଷାକୁ ଦେଶୀ ମଦ ଖାଇ ୨୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହେବା ସହ ଆଜି ଜଣେ ମୃତ୍ୟୁ ବରଣ କରିଛନ୍ତି ମୃତକ ଜଣକ ହେଲେ ବ୍ରହ୍ମପୁର ବଡ଼ ମେଡିକାଲ icu ରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଯୁର ବେହେରା ଗତକାଲି ମଧ୍ୟରାତ୍ର ରେ ମୃତୁ ହେଇଯାଇଛି ତାଙ୍କ ଭାଇ ସୂଚନା ଦେଇଛନ୍ତି ମୃତକ ଜଣକ ହେଲେ ଚିକିଟି ଜେନାପୁର ବାସିନ୍ଦା। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଅବକାରୀ ବିଭାଗ ର ଆଶୀର୍ବାଦ ରେ ବହୁ ଦେଶୀ ମଦ ଭାଟି ପରିଚାଳିତ ହେଉଥିବା ନେଇ ଚର୍ଚ୍ଚା ହୋଇ ଆସୁଛି। ମଦ ଭାଟିର ପୋଚ କେବେବି ଲାବ୍ରେଟେରୀ ରେ ଯାଞ୍ଜ ହେଉନାହିଁ। ଉକ୍ତ ପୋଚ ପ୍ରସ୍ତୁତି ବେଳେ କୁଆଡ଼େ ୟୁରିଆ ଓ ଗୁଡ଼ ବ୍ୟବହାର କରି ସ୍ଵଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରି ମଦ ତିଆରି କରୁଥିବା ଜଣା ପଡ଼ୁଛି। ଚିକିଟି ରେ ବିଷାକ୍ତ ମଦ ପ୍ରସ୍ତୁତି ର ନଗ୍ନ ନମୁନା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଅବକାରୀ ବାବୁ ମାନେ ରହିବା ଫଳରେ ବେଆଇନ ଭାବେ ଚୋରା ମଦ କାରବାର ବୃଦ୍ଧି ହୋଇଥିବା ଆଲୋଚନା ହେଉଛି। ଜିଲ୍ଲାରେ ତଦନ୍ତ କରି ଚଢ଼ାଉ କରିଲେ ଅପମିଶ୍ରଣ ହେଉଥିବା ମଦ ଭାଟିର ଗୁମର ଖୋଲିବ ବୋଲି ଆଲୋଚନା ର ବିଷୟ ହୋଇଛି ଗଞ୍ଜାମ ଜିଲ୍ଲାରେ ପୁଣି ମଦ ମୃତ୍ୟୁ ର ବିଭୀଷିକା ଆଜି ଦେଖୁବାକୁ ମିଳିଛି । ପୂର୍ବରୁ ମଦ ମୃତ୍ୟୁ ର ବିଭୀଷିକା ଆଖୁରୁ ଲିଭିନି ପୁଣି ଇତିହାସ ଦୋହରାଇବାକୁ ଯାଉଛି ତେଣୁ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ମଦମାଫିଆ ଓ ଦଲାଲ ଗିରଫ କରିଛନ୍ତି ।
