ଗୋଲାମୁଣ୍ଡା ବ୍ଲକ ଏସ୍ସି ଓ ଏସ୍ଟି ମିଳିତ ମହା ମଞ୍ଚ ତରଫରୁ ଭାରତ ବନ୍ଦ ।
ଗତ ଅଗଷ୍ଟ ୧ ତାରିଖ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟବର ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ତଥା କ୍ରିମିଲେୟାର ଉପରେ ଯେଉଁ ବିଚାର କରିଛନ୍ତି ତାକୁ ବିରୋଧ କରି ଆଜି ଗୋଲାମୁଣ୍ଡା ଠାରେ ଏସ୍ସି ଓ ଏସ୍ଟି ମିଳିତ ମଞ୍ଚ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଶାଖା ତରଫରୁ ବନ୍ଦ ଡାକରା ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ଏସ୍ସି ଓ ଏସ୍ଟି ବର୍ଗ ମଧ୍ୟରେ ବିଭିନ୍ନ ଜାତିକୁ ଉପଶ୍ରେଣୀରେ ବିଭକ୍ତି କରଣ କରାଯିବା ଓ ଉଚ୍ଚଆୟ ଯୁକ୍ତ ପରିବାର ଗୁଡିକୁ ସଂରକ୍ଷଣରୁ ବାଦ୍ ଦେବାକୁ ରାୟ ଦେଇଛନ୍ତି । ଏସ୍ସି ଓ ଏସ୍ଟି ବର୍ଗର ଯୁବକମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଏହି ବର୍ଗର ଭୂମିହୀନ, ବାସହୀନ,ଉପାର୍ଜନ କ୍ଷମତା ଓ ଆର୍ଥିକ ସ୍ଥିତି, ବିଭିନ୍ନ ସରକାରୀ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଆଦିର ପରିସଂଖ୍ୟାନକୁ ସୁପ୍ରିମକୋର୍ଟ ବିଚାରକୁ ନେଇ ନାହାନ୍ତି ବୋଲି ଏସ୍ସି ଓ ଏସ୍ ଟି ମିଳିତ ମହା ମଞ୍ଚ ପକ୍ଷରୁ ଘୋର ନିନ୍ଦା ଓ ପ୍ରତିବାଦ କରାଯାଇଛି । ଏହି ଭାରତ ବନ୍ଦ ସମୟରେ ଅତ୍ୟନ୍ତ ଜରୁରୀ ସେବାଗୁଡିକ ବ୍ୟତୀତ ଗୋଲାମୁଣ୍ଡା ବ୍ଲକ ର ୨୮ ଗୋଟି ଗ୍ରାମ ପଞ୍ଚାୟତ ଠାରେ ସବୁ ଦୋକାନ ବଜାର,ବ୍ୟବସାୟିକ ପ୍ରତିଷ୍ଠାନ,ବିଦ୍ୟାଳୟ, ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ଦେଖାଯାଇଥିଲା । ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ୍ ଆଦିବାସୀ ସଂଘର ସଭାପତି ଦିଲ୍ଲୀପ ମାଝି, ସମ୍ପାଦକ ବିଶ୍ଵନାଥ ଭୋଇ, ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ସଭାପତି ରାମ କୁମାର ସେନାପତି, ଡମ୍ୱ ସମାଜର ସମାଜସେବୀ ସଦର୍ଶ୍ୟ ଦୀପକ ଭତ୍ରିଆ, ବରିଷ୍ଟ ସମାଜ ସେବୀ ସାଉଳ ମଙ୍ଗରାଜ, ମୁନିଆ ସିପକା, ଜନ୍ମେଜୟ ମାଝୀ, ଗୋକୁଳ ସିପକା, ପରମାନନ୍ଦ ମାଝି, ରାହାସ ମଙ୍ଗରାଜ, ଗୈତମ ମାଝୀ, ଭୁବନେ ନିଆଲ୍ , ଇଶ୍ୱ ମାଝୀ, ଜିତେଶ ସତନାମି, ପ୍ରଭାକର ବଗର୍ତ୍ତୀ,ସନ୍ତୋଷ ମାଝୀ ଓ ଖିରଶିନ୍ଧୁ ନାଏକ ସମେତ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଆସିଥିବା SC, ST ଓ OBC ସଦର୍ଷ୍ୟ ବୃନ୍ଦ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଥିଲେ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୧୫ ଦଫା ଦାବି ପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।ଏଥିରେ ଗୋଲାମୁଣ୍ଡା ପୋଲିସ କର୍ମଚାରୀ ଓ ସୁରକ୍ଷା କର୍ମୀମାନେ ଅତୁଳନୀୟ ଭାବେ ସହଯୋଗ କରିଥିଲେ ।
