ଯାଜପୁର ରୋଡ ବନବିଭାଗ ତରଫରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ*
*ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଅଧିନସ୍ଥ ଓଉପଦା ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଅନ୍ୱେଷା ରେଡ୍ଡୀ ଓ ଏସପି ଭିନିତ୍ ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ l ବନବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ l ସ୍ଥଳ ବିଶେଷରେ ଗ୍ଲୋବାଲ ୱର୍ମିଂକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ଅଭିନବ ଯୋଜନା ହାତକୁ ନେଇଛନ୍ତି l ଏହା ଜରିଆରେ ବିଭିନ୍ନ ସ୍ଥାନରେ ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନେବା ଉପରେ ବନବିଭାଗ ଗୁରୁତ୍ବ ଦେଇଛି
