କଲିକତା ର ଡାକ୍ତର ଛାତ୍ରୀ ଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ ରେ କ୍ୟାଣ୍ଡେଲ ଶୋଭାଯାତ୍ରା
– ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଦେଉଳିସାହି ଠାରେ କଲିକତା ର ଡାକ୍ତର ଛାତ୍ରୀ ଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ ରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଗୋପବନ୍ଧୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ସମସ୍ତ ସଦସ୍ୟ ମାନଙ୍କ ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ଯୋଗ ଦେଇ ଡାକ୍ତର ଛାତ୍ରୀ ମୋମିତା ଦେବନାଥଙ୍କୁ ଯେପରି ଭାବେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା ଏଥିରେ ଅଭିଯୁକ୍ତକୁ କଠୋର ରୁ କଠୋର ଦଣ୍ଡ ଦବାକୁ ଫାଉଣ୍ଡେସନ ପକ୍ଷରୁ ଦାବି କରାଯାଇଛି । ପରେ ଫାଉଣ୍ଡେସନ ର ସଦସ୍ୟମାନେ ଦେଉଳିସାହି ଠାରୁ 4 କିଲୋମିଟର ରେଢୁଆ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଥିଲା ।
