ରାଇଘର ବ୍ଲକ ଅଧକ୍ଷ ପଦ ନର୍ବାଚନରେ ବାଜି ମାରିଲା ବିଜେଡି
-ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ରାଇଘର ବ୍ଲକ ରେ ଖାଲି ପଡ଼ିଥିବା ଅଧକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାଥୀ ଗୁପ୍ତ ପ୍ରସାଦ ଝାଙ୍କର ଓ ବିଜେପି ସମର୍ଥିତ ସମିତିସଭ୍ୟ ପ୍ରାଥୀ ତୃପ୍ତିରଞ୍ଜନ ମାଝୀ ନାମାଙ୍କନ ଦାଖଲ କରିଥିଲେ।ସରକାରଙ୍କ ନିୟମ ଅନୁଯାୟୀ ଆଜି ଦିନ 12.30 ରୁ 2.00 ଯାଏଁ ଅଧକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ନିର୍ଦ୍ଧାରିତ ସମୟ ପରେ ବିଜୟ ହୋଇଥିବା ପ୍ରାର୍ଥୀ ଙ୍କ ନାମ କୁ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ। ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିବା ପରେ ରାଇଘର ବ୍ଲକ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେଡି ସମର୍ଥିତ ପାର୍ଥି ଗୁପ୍ତ ପ୍ରସାଦ ଝାଙ୍କର ଙ୍କୁ – 16 ଖଣ୍ଡ ଭୋଟ ପାଇ ବିଜୟ ହୋଇ ଥିବା ବେଳେ ବିଜେପି ସମର୍ଥିତ ପାର୍ଥି ଙ୍କୁ – 7 ଭୋଟ ମିଳିଥିଲା ଏବଂ ଗୋଟିଏ ଭୋଟ ନାକଚ ହୋଇଛି।
ରାଇଘର ରୁ ପ୍ରଦୀପ ଶିକାର ରିପୋର୍ଟ ତୀର୍ଥ କ୍ଷେତ୍ର
