ରେଲୱେ ବୋର୍ଡର ପିଏସି ସଦସ୍ୟ ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ପୁରୀ ରେଳ ଷ୍ଟେସନଠାରେ ପହଞ୍ଚିଲେ ୬ ଜଣ ସଦସ୍ୟ

‘ଆଜି ପୂର୍ବାହ୍ନରେ ରେଲୱେ ବୋର୍ଡର ପିଏସି ସଦସ୍ୟ ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ୬ ଜଣ ସଦସ୍ୟ ପୁରୀ ରେଳ ଷ୍ଟେସନଠାରେ ପହଞ୍ଚିଛନ୍ତି। ବିଜେପି ମଣ୍ଡଳର ସଭାପତି ସଞ୍ଜିବ୍ ମୁଖାର୍ଜୀ ଓ ସହରର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା।ରେଳବାଇର ସର୍ବ ଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ପୁରୀ ରେଳଷ୍ଟେସନ ଆସି ଯାତ୍ରୀ ସୁବିଧା ସମ୍ପର୍କରେ ଯାଞ୍ଚ୍ କରିଥିଲା।
କମିଟିର କନଭେନର ଶ୍ରୀ ଦିଲୀପ ମଲ୍ଲିକ ଙ୍କ ସମେତ କମିଟିର ସଦସ୍ୟ ଅଜୟ ଜାଦବ୍ , ଅଭିଜିତ ଦାସ, ରାମ କୁମାର ପାହାନ, ବିଚିତ୍ର ନାରାୟଣ କାଲିଟା ଓ ସୁନିଲ୍ ରାମ ଷ୍ଟେସନର ଯାତ୍ରୀ ସୁବିଧା ସମ୍ପର୍କରେ ଯାଞ୍ଚ୍ କରିଥିଲେ। ଖୋର୍ଦ୍ଧା ଡିଭିଜନର ଏଡି ଆର ଏମ ଶ୍ରୀ କଲ୍ୟାଣ ପଟ୍ଟନାୟକ ,ବରିଷ୍ଠ ଡିଭିଜନାଲ ବାଣିଜ୍ୟ ଅଧିକାରୀ ଅମିତେଶ୍ ଆନନ୍ଦଙ୍କ ସହ ଅନେକ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଷ୍ଟେସନର ସ୍ବଛତା, ବିଶ୍ରାମ ଗୃହ , ଯାତ୍ରୀ ଆତ ଯାତ, ବସିବା ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା , ଫ୍ୟାନ୍, , ଦିବ୍ୟାଙ୍କ ଓ ରୋଗୀ ଯାତ୍ରୀଙ୍କ ନିମନ୍ତେ ହ୍ୱିଲ ଚେୟାର ପ୍ରଭୃତି ସୁବିଧା ସମ୍ପର୍କରେ ଟିକିନିଖି ଯାଞ୍ଚ୍ କରିଥିଲେ। ଏତଦ୍ ବ୍ୟତୀତ ଉପସ୍ଥିତ ଯାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତୃତ୍ଵଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ଶୁଣିଥିଲେ। ପୁରୀ ରେଳଷ୍ଟେସନ ରେ ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ର ଫଟୋ ଚିତ୍ର ଷ୍ଟେସନରେ ଡିସପ୍ଲେ ନିମନ୍ତେ ଦାବୀ କରିଥିଲେ।

Leave a Reply

Your email address will not be published. Required fields are marked *