ପାରାନୋଳିଆ ସାହିର ଗରିବ ବସ୍ତି ବାସିନ୍ଦାମାନଙ୍କୁ ପଟ୍ଟା ଦାବି
ପୁରୀର ସବୁଠାରୁ ପୁରାତନ ନୋଳିଆ ସାହି ପାରାନୋଳିଆ ସାହିର ଗରୀବ ବସ୍ତି ବାସିନ୍ଦା ମାନଙ୍କୁ ପଟ୍ଟା ବା ଭୂମି ପ୍ରମାଣପତ୍ର ଯୋଗାଇ ଦେବାକୁ ଦାବି କରୁଛୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ । ତୁରନ୍ତ ପୁରୀ ପୌରସଂସ୍ଥା ପକ୍ଷରୁ ସର୍ଭେ କରାଯାଇ ସରକାରଙ୍କ ନିୟମ ଅନୁଯାୟୀ ପଟ୍ଟା ଯୋଗାଇ ନ ଦେଲେ ଆଗକୁ ଆନ୍ଦୋଳନ । ଏବେ ନୂଆକରି ପୁରୀ ରେ ରହିଥିବା ବସ୍ତି ଅଞ୍ଚଳର ବାସିନ୍ଦା ମାନଙ୍କୁ ପଟା ମିଳିଥିବା ବେଳେ ପାଞ୍ଚ ଶହ ବର୍ଷ ରୁ ଅଧିକ କାଳ ରହିଆସିଥିବା ଏଏଏହି ବସ୍ତି ବାସିନ୍ଦା ମାନଙ୍କୁ କାହିଁକି ପଟା ଦିଆଯାଉନାହିଁ। ଏହା ପଚାରିବାରୁ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ କହିଲେ ପିପିଲି ନିର୍ବାଚନ ପରେ ଆଗାମୀ ଅକ୍ଟୋବର ପାଞ୍ଚ ତାରିଖରୁ ଏଠାରେ ପୌରସଂସ୍ଥା ପକ୍ଷରୁ ସର୍ଭେ କରାଯାଇ ନିୟମ ଅନୁଯାୟୀ ପଟ୍ଟା ଦିଆଯିବାର ବ୍ୟବସ୍ଥା କରାଯିବ।
