ଚିକିଟି ମଦମୃତ୍ୟୁ ଘଟଣା ନେଇ ବ୍ରହ୍ମପୁର ବଡ଼ ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
ବ୍ରହ୍ମପୁର :-୨୨/୦୮(ଗଞ୍ଜାମ ଜିଲ୍ଲା ଚ଼ିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଆହତ ମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମେଡ଼ିକାଲ କର୍ତ୍ତୁପକ୍ଷ ଓ ଚିକିତ୍ସା ଦାୟିତ୍ୱରେ ଥିବା ମୁଖ୍ୟ ଡାକ୍ତରମାନଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାରଙ୍କ ଆଇନ, ପୁର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏମାନଙ୍କ ସହ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ, ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପ ଜିଲ୍ଲାପାଳ, ଅବକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
