ତୁମରୀଖୋଲ ଜଙ୍ଗଲ ରେ ଜୟପାଟଣା ଅବକାରୀ ବିଭାଗ

ତୁମରୀଖୋଲ ଜଙ୍ଗଲ ରେ ଜୟପାଟଣା ଅବକାରୀ ବିଭାଗ ଓ ପୋଲିସପକ୍ଷରୁ ଚଢାଉ ୧୨୦ ଲିଟର ଦେଶୀ ମଦ ଜବତ ଓ ୧୮୦୦ କେଜି ମହୁଲ ପୋଚ ନଷ୍ଟଜୟପାଟଣା ତା ୨୨/୮ ଥାନା ଅନ୍ତର୍ଗତ ବଡକର୍ଲାକୋଟ ପଞ୍ଚାୟତ୍ ତୁମାରିଖୋଲ ଜଙ୍ଗଲ ରେ ଜୟପାଟଣା ଅବକାରୀ ବିଭାଗ, ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା, ଏଥି ରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ୧୨୦ ଲିଟର ଦେଶୀ ମଦ ସହ ୧୮୦୦ କେଜି ମହୁଲ ପୋଚ୍ ନଷ୍ଟ କରାଯାଇଛି, ଓ ବଡ ପୁଝାରୀଗୁଡା ପଞ୍ଚାୟତ- ବୋରଗୁଡା ଠାରେ ଦୁଇ ଜଣ ଙ୍କୁ ଯଥା ଜୟ ସିଂ ମୁଦୁଲି, ଓ ବିନୋଦ ଗୌଡ , ପାପଡା ହାଣ୍ଡି ଥାନା ଅଞ୍ଚଳ ର ବୋଲି ଜଣା ପଡ଼ିଛି, ସେମାନେ ଅଞ୍ଚଳ କୁ ଦେଶୀ ମଦ ଯୋଗାଉଥିବା ବେଳେ ଜୟପାଟଣା ଭାରପ୍ରପ୍ତ ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ, ଧର୍ମଗଡ ଅବକାରୀ ନିରୀକ୍ଷକ ହେମକାନ୍ତ ସୁନା ପ୍ରମୁଖ ସେ ଦୁହିଁଙ୍କୁ କବୁକରୀ ଧରିଥିଲେ ଓ ତାଙ୍କ ଠାରୁ ଗୋଟେ ମୋଟର ସାଇକେଲ ୫୫ ଲିଟର ଦେଶୀ ମଦ ଜବତ କରି କୋର୍ଟ ଫରୱାର୍ଡ କରିଥିବା ଶ୍ରୀ ମିଞ୍ଜ କହିଛନ୍ତି,ଚଢ଼ାଉ ରେ ଜୟପାଟଣା ପୋଲିସ ଓ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ, ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡ୍ରମ କୁ ପୋଡ଼ି ନଷ୍ଟ କରାଯାଇଥିବା ବେଳେ ତୁମୁରିଖୋଲ ଜଙ୍ଗଲ ରେ କେତେକ ଦୁର୍ବୃତ ପଳାଇବା ରେ ସକ୍ଷମ ହୋଇଛନ୍ତି

Leave a Reply

Your email address will not be published. Required fields are marked *