ତୃପ୍ତି ମହିଳା ମହାବିଦ୍ୟାଳୟ ର +2 ଛାତ୍ରୀ ହାରିଲେ ଜୀବନ

*ନିଜେ ରହୁଥିବା ଭଡ଼ାଘର ର ଫ୍ୟାନ ରେ ଓଢଣୀ ଲଗାଇ କଲେ ଆତ୍ମହତ୍ୟା।*ସାବରଙ୍ଗ ଥାନା ସାହଡା ଗ୍ରାମପଂଚାୟତ ସାନନ୍ଦ ପୁର ଗ୍ରାମ ର ଜଳଧର ମଳିକ ଙ୍କ ଝିଅ ଅନୁସୟା ଓରଫ ଲିଜା ଙ୍କ ମୃତ୍ୟୁ ର କାରଣ ଖୋଜୁଛି ପୋଲିସ।*ବାସୁଦେବପୁର ମୁଖ୍ୟ ବଜାର ଠାରେ ଥିବା ଅନାଦି ମହାନ୍ତି ଙ୍କ ଭଡା ଘରେ ନିଜ ବଡ଼ ଭଉଣୀ ପୂଜା ଙ୍କ ସହ ରହୁଥିଲେ ଅନୁସୟା ଓରଫ ଲିଜା।*ସ୍ଥାନୀୟ ତୃପ୍ତି ମହିଳା ମହାବିଦ୍ୟାଳୟ ରେ ଦୁଇ ଭଉଣୀ ଯଥାକ୍ରମେ +3 ଓ +2 ରେ ପାଠ ପଢୁଥିଲେ।*କେଉଁ ପରିସ୍ଥିତି ରେ ଜଣେ କଲେଜ ପଢୁଆ ଛାତ୍ରୀ ଆତ୍ମହତ୍ୟା କଲେ ତାକୁ ନେଇ ପୋଲିସ କରୁଛି ଖୋଳତାଡ଼।*କଲେଜ ପଢୁଆ ଝିଅ କୁ ହରାଇ ପରିବାର ଲୋକେ ଦୁଃଖ ରେ ମ୍ରିୟମାଣ। ଭଦ୍ରକ ରୁ ପୁନିଲ ‌କୁମାର ସାମନ୍ତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *