ଗ୍ୟାସ କେନ୍ଦ୍ର ପରିବର୍ତ୍ତେ ରାସ୍ତାରେ ହେଉଛି ଗ୍ୟାସ ବଣ୍ଟନ
ଅଭିଯୋଗ ଆଣିଲେ ଗ୍ରାମବାସୀ ! ହିତାଧିକାରୀଙ୍କୁ ଗ୍ୟାସ ଯୋଗାଇଦେବା ବଦଳରେ ଅସାଧୁ ବେପାରୀଙ୍କ ହାତରେ ଦେଉଛନ୍ତି ଟେକି ଗୋଲାମୁଣ୍ଡା,ତା.୨୫/୦୮( )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପରିଆ ଇନ୍ଦନ ଗ୍ରାମୀଣ ବିତରକ କେନ୍ଦ୍ରରେ ଗ୍ୟାସ ବଣ୍ଟନ ନ ହୋଇ ପୂର୍ତ୍ତବିଭାଗ ରାସ୍ତାରେ ଗ୍ୟାସ ବଣ୍ଟନ ହେଉଥିବା ନେଇ ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ଇନ୍ଦନ ଗ୍ରାମୀଣ ବିତରକ କେନ୍ଦ୍ର ଚପରିଆ ଗ୍ରାମଠାରୁ ୧ କିମି ଦୂରତାରେ ଅଛି । ହେଲେ ଏହି ବିତରକ କେନ୍ଦ୍ରରେ ବହୁ ଦିନ ଧରି ଗ୍ୟାସ ବଣ୍ଟନ କରାଯାଉଥିଲା । କିଛିଦିନ ହେବ ଚପରିଆ ମୁଖ୍ୟ ରାସ୍ତାରେ ଗ୍ୟାସ ବଣ୍ଟନ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଗ୍ୟାସ ବିତରକ କେନ୍ଦ୍ରକୁ ଯିବା ରାସ୍ତା ଅତି ସଂକୀର୍ଣ୍ଣ ଥିବାରୁ ଗ୍ୟାସ ଗାଡି ଯାଉ ନ ଥିବା ବେଳେ ରାସ୍ତାରେ ବିକ୍ରି କରିବା ସଙ୍ଗେ ବିଭିନ୍ନ ପିକଅପ ଗାଡି ଗୁଡିକରେ ଲୋଡିଂକରାଯାଉଛି । ଯାହାଫଳରେ ରାସ୍ତାରେ ଯିବାଆସିବା କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ! ଏପଟେ ପିକଅପ ଗାଡ଼ିରେ ଗ୍ୟାସ ନେଇ କେତେକ ଗାଁର ଅସାଧୁ ବେପାରୀଙ୍କ ହାତରେ ଗ୍ୟାସ ଟାଙ୍କି ଟେକିଦେଉଛନ୍ତି । ଯାହାଫଳରେ ଗ୍ରାହକମାନେ ବିଭିନ୍ନ ଅସାଧୁ ବେପାରୀଙ୍କ ଠାରୁ ଗ୍ୟାସ ମୂଲ୍ୟ ଠାରୁ ଅଧିକ ୩୦ ଟଙ୍କା ଦେଇ ନେଉଥିବା ଲୋକେ କହୁଛନ୍ତି । ଉଜ୍ଜାଲା ଗ୍ୟାସ ପାଇଁ କେନ୍ଦ୍ର ସରକାର ସମସ୍ତ ଗ୍ୟାସ ହିତାଧିକାରୀଙ୍କ ପାଖକୁ ପହଞ୍ଚାଇବା ନିୟମ ଥିବା ବେଳେ ଏଠାରେ ତାର ଓଲଟା ଦେଖିବାକୁ ମିଳୁଛି । ସତରେ ପିକଅପ ଗାଡି ଗାଁ କୁ ଯାଉଛି ହେଲେ ପ୍ରକୃତ ହିତାଧିକାରୀଙ୍କୁ ନ ଦେଇ ଅସାଧୁ ବେପାରୀଙ୍କୁ ମାନଙ୍କ ହାତରେ ଟେକିଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ସମ୍ପର୍କରେ ଗ୍ୟାସ ବିତରକ ମାଲିକ ଦେବେନ୍ଦ୍ର ମୁଣ୍ଡଙ୍କୁ ଫୋନ କଲେ ଫୋନ ଉଠାଉ ନାହାନ୍ତି । ତୁରନ୍ତ ଜିଲାପାଳ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଚପରିଆ ଗ୍ରାମର ଗୁରଲାଲ ସୁନାନୀ, ଦୟା ବାଗ, ହୃଷିକେଶ ବେହେରା ଓ ମକୁନ୍ଦପୁର ଗ୍ରାମର ବିକାଶ ବାଗ ପ୍ରମୁଖ ଦାବି କରିଛନ୍ତି ।
