ଜିଲ୍ଲାସ୍ତରୀୟ ଡ଼ିଜିଟାଲ ଫସଲ ସର୍ବେକ୍ଷଣ ଶୁଭାରମ୍ଭ
କେନ୍ଦ୍ର ଓ ଭଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ କାର୍ଯ୍ୟକାରୀ ହେବାକୁ ଯାଉଥୁବା ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମର ଭଦ୍ରକ ଜିଲ୍ଲାସ୍ତରୀୟ ଶୁଭାରମ୍ଭ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟକ ଭାବେ ରାଜ୍ୟ ସରକାରଙ୍କ କ୍ରୀଡା, ଯୁବ ସେବା, ଉଚ୍ଚ ଶିକ୍ଷା,ଓଡ଼ିଶା ଭାଷା ପ୍ରତିଷ୍ଠାନ, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଲାସି କରିଆରେ ଏହାକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଷ୍ଠ ଭାବେ ଭଦ୍ରକ ସଂସଦ ଅଭିମନ୍ୟୁ ସେଠୀ, ଅନ୍ୟତମ ସମ୍ମାନିତ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ କୁମାର ଜେନା, କାର୍ଯ୍ୟକ୍ରମର ନୋଡ଼ାଲ ଅଧୁକାରୀ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାକି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଣେଶ୍ଵର ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।ଚାଷୀଙ୍କ ହିତରେ ସ୍ଥାନୀୟ ସର୍ବେକ୍ଷଣକାରୀମାନଙ୍କ ଦ୍ୱାରା ମୋବାଇଲ୍ ଆପ୍ ଜରିଆରେ ଫସଲର କ୍ଷେତ୍ର ସ୍ତରୀୟ ପ୍ରକୃତ ଓ ସଠିକ୍ ତଥ୍ୟ ସଂଗ୍ରହ କରାଯିବା ନେଇ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ, କାର୍ଯ୍ୟାନ୍ଵୟନ ପ୍ରଣାଳୀ, ସଠିକ ଉପଯୋଗ ପାଇଁ କୃଷକ, ସର୍ବେକ୍ଷଣକାରୀ, ସଂପୃକ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗର ଆବଶ୍ୟକତା ସମ୍ବନ୍ଧରେ ଅତିଥିମାନେ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟକି ଗତବର୍ଷ ପରୀକ୍ଷାମୂଳକ ଭାବେ ଓଡ଼ିଶାର ନୟାଗଡ଼, ଭଦ୍ରକ, ଦେବଗଡ଼ ଓ ନୂଆପଡ଼ା ଏହି ୪ଟି ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଥିବା ଏହି ଯୋଜନାର କାର୍ଯ୍ୟକାରୀତାରେ ଭଦ୍ରକ ଜିଲ୍ଲା ୧ମ ସ୍ଥାନ ନେଇଥିଲା ।

ଚଳିତ ବର୍ଷ ମଧ୍ୟ ଏହି ସ୍ଥାନ ବଜାୟ ରଖୁବାକୁ ଆହ୍ୱାନ ଦିଆଯାଇଥିଲା । ଚଳିତ ବର୍ଷ ପାଇଁ ୧୬ ଅଗଷ୍ଟରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସେର୍ବକ୍ଷଣ କାର୍ଯ୍ୟ ଚାଲୁ ରହିବା ନେଇ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲେ ବି ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସମୟରେ ଆରମ୍ଭ କରାଯାଇଛି । ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଅଗଷ୍ଟ ୨୫ରେ ଏହାର ଶୁଭାରମ୍ଭ କରାଯାଇ ଅଗଷ୍ଟ ୨୮ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସର୍ବେକ୍ଷଣ କରାଯିବା ନେଇ ବିଭାଗୀୟ ଅଧୁକାରୀଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି। ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଜିଲ୍ଲାରେ ସର୍ବମୋଟ ୧୩, ୨୬, ୨୭୭ କୃଷି ଭିଭିକ ଓ ଅଣକୃଷି ଲିରିକ ପ୍ଲଟରେ ସର୍ବେକ୍ଷଣ କରାଯିବ ଓ ଏଥିପାଇଁ ଅଦ୍ୟାବଧୂ ୯୦୬ଜଣ ସର୍ବେକ୍ଷଣକାରୀଙ୍କୁ ଚୟନ କରାଯାଇ ୱେବ୍ ପୋର୍ଟାଲରେ ପଞ୍ଜିକୃତ କରାଯାଇଛି । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚଳିତ ଖରିଫ-୨୦୨୪ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ କରିବାକୁ ଯାଉଥିବା ଏହି କାର୍ଯକ୍ରମରେ ପ୍ରତିଟି ଚାଷ ଜମି ଯାହା ପ୍ରମାଣିତ ସତ୍ୟ ଭିରିକ, ସେହି ପ୍ଲଟର ପରିସୀମା ମଧ୍ୟରେ ଥିବା ଶସ୍ୟ ସଂପର୍କିତ ସୂଚନା ପଞ୍ଜିକା ପ୍ରସ୍ତୁତ ହେବାକୁ ଯାଉଛି । ଯାହାକି ସତ୍ୟତଥ୍ୟ ଆଧାର ଭାବରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସମୟବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ ପରିସଂଖ୍ୟନ, ବ୍ୟାଙ୍କ, ବୀମା କମ୍ପାନୀ ଆଦି ବିଭାଗ ଦ୍ବାରା ବ୍ୟବହୃତ ହୋଇପାରିବ । ଆଗାମୀ ବର୍ଷମାନଙ୍କରେ ଏହା ସମୟାନୁମୋଦିତ ଫସଲ କ୍ଷେତ୍ର ଆକଳନ, ଋଣ ପ୍ରଦାନରେ ସରଳୀକରଣ, ଫସଲ ବୀମା, ଫସଲ ବିବିଧକରଣ, ବିପଣନ କେନ୍ଦ୍ର ସ୍ଥାପନ, କୃଷି ଯୋଜନାରେ ତଦାରଖ ତଥା କୃଷି ଆବଶ୍ୟକତା ଅନୁଯାୟୀ ବ୍ୟାପ୍ତିଗତ ପରାମର୍ଶ ପ୍ରଦାନ ଆଦି କ୍ଷେତ୍ରରେ ଏହା ବିଶେଷ ଭାବେ ଉପଯୋଗୀ ହେବ । ଏହି ସର୍ବେକ୍ଷଣ ଚାଷୀମାନଙ୍କ ହିତରେ ଥିବାରୁ ସେମାନେ ସଠିକ୍ ତଥ୍ୟ ଦେଇ ଏଥୁରେ ସହଯୋଗ କରିବାକୁ ସମସ୍ତ ଅତିଥୁ ଅନୁରୋଧ କରିଥିଲେ ।କୃଷକ, ଜନପ୍ରତିନିଧୂ, ଗଣମାଧ୍ୟମ ପ୍ରତିନିଧୁ, ଜିଲ୍ଲାସ୍ତରୀୟ ସଂପୃକ୍ତ ବିଭାଗୀୟ ଅଧିକାରୀ ଆଦି ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।
