ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ l

ହିଞ୍ଜିଳିକାଟୁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଓ ଆଲୋଚନା ଚକ୍ର ରବିବାର ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଂଘ ସଭାପତି କାହ୍ନୁ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଂଗଠନିକ ସମ୍ପାଦିକା ଅଭାଲିନ ପରିଡା, ରାଜ୍ୟ ସଂସ୍ଥାମ୍ପିକା ଝୁଲୁ ମହାନ୍ତି, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଉପଦେଷ୍ଟା ଗଜେନ୍ଦ୍ର ମାଝି, ଜିଲ୍ଲା ସଭାପତି ହେମନ୍ତ ସେଠି, ସମ୍ପାଦକ ଜି. ତ୍ରିପତି, ବ୍ଳକ ସଂଯୋଜକ ପି. ଶିଶିର କୁମାର ପ୍ରମୁଖ ମଞ୍ଚାସିନ ଥିଲେ । ଆୟୋଜିତ ସମ୍ମିଳନୀରେ ସଂଘର ୩ଟି ଦାବି ଯଥା କେନ୍ଦ୍ରୀୟ ହାରରେ ଦାମର ପ୍ରଦାନ, ଠିକା ନିଯୁକ୍ତି ଉଚ୍ଛେଦ ଓ ପୁରୁଣା ପେନସନ ଲାଗୁ କରାଯିବା ନେଇ ଦାବି ଉପସ୍ଥାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସରପ୍ରାପ୍ତ ୬ ଜଣ ଶିକ୍ଷକ ସନ୍ତୋଷ ପାଢି, ରଜେନ୍ଦ୍ର ସାହୁ, ଅରୁଣ ଦାଶ, ସଚଳା ଉପାଧ୍ୟାୟ, ଶରତ ତ୍ରିପାଠୀ, ପୁର୍ଣ୍ଣବାସୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରଂଶସା ପ୍ରଦାନ କରାଯାଇଥିଲା । ଶିକ୍ଷକ ତ୍ରିଲୋଚନ ସାହୁ ଓ ଚନ୍ଦନ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃଷ୍ଣ ଚନ୍ଦ୍ର ପାତ୍ର, ସାଗରିକା ଦାସ, ରଘୁନାଥ ସାହୁ, ଆଦିଶାପ୍ରଧାନ, ବିପ୍ର ଚରଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଳକର ୯୫ଟି ପ୍ରାଥମିକ ବିଦ୍ୟାଳୟର ୨୫୪ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *