ବ୍ୟାସନଗର ଇସ୍କନ୍ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ*
*ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ, ଯାହାପାଇଁ ପୁରା ପଲ୍ଲୀ ଠାରୁ ସହର ଉତ୍ସବ ମୁଖର l ସଖାଳୁ ସଖାଳୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ମହିଳା ଓ ପୁରୁଷ ମାନେ ଗାଧେଇ ପାଧେଇ ନୂଆ ପୋଷାକ ପରିଧାନ କରି ପୂଜାର୍ଚନା କରିବାକୁ ଯାଉଥିବା ଦେଖିବାକୁ ମିଳିଛି l ଏହି ପରିପକ୍ଷରେ ଯାଜପୁର ଜିଲ୍ଲା ବ୍ୟାସନଗର ସନ୍ତରା ସ୍ଥିତ ଇସ୍କନ୍ ମନ୍ଦିରରେ ଅତିଧୂମ ଧାମର ସହିତ ପାଳନ ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ l ଆଜି ସଖାଳୁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚନା ଆରମ୍ଭ ହେଇଛି l ସେପଟେ ପୂଜାର୍ଚନା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
