ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ପ୍ରତିଷ୍ଠା ଦିବସ

ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ରଞ୍ଜନ କୁମାର ରାଉତ ନିପ୍ର ଆସିକା ୨୫/୦୮/୨୦୨୪ଭୁବନେଶ୍ୱର, ():ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ପାଇଁ, ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଫୋକସ ପ୍ଲସ ଏଵଂ ଆଞ୍ଚଳିକ ଖବର ର ମୁଖ୍ୟ ସମ୍ପାଦକ ତଥା ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ସଭାପତି ଡ଼ଃ. ସୁଧାଂଶୁ ଶେଖର ରାଉତ ଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଅନ୍ତର୍ଗତ ଖାରବେଳନଗର ସ୍ଥିତ ହୋଟେଲ ଏଚଏଚଆଇ ପରିସରରେ ବହୁ ଆଡମ୍ବର ପୁର୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି | ଏହି ସମାରୋହ ରେ ସାରା ଓଡିଶାର କୋଣ ଅନୁକୋଣରୁ ପ୍ରାୟ ପନ୍ଦର ଶହ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇ ଏହି ନୂତନ ସଂଘରେ ନିଜ ନାମ ପଞ୍ଜିକରଣ କରିବା ସହ ନିଜର ସ୍ୱାର୍ଥ ଏଵଂ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ପାଇଁ ପ୍ରତିଜ୍ଞା କରିଥିଲେ

| ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଯୋଗ ଦେଇ ସାମ୍ବାଦିକଙ୍କ ଏକତା ମନୋଭାବକୁ ସନ୍ନମାନ ଦେବା ସହ ଏହି ସଂଘର ଉତ୍ତୋରତର କାମନା କରିଥିଲେ | ସନମାନିତ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବରିଷ୍ଠ ଯୁବନେତା ପୁଲିନ ପୁହାଣ ଙ୍କ ସମେତ ଅର୍ଗସ ଟିଭି ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ନନ୍ଦିଘୋଷ ଟିଭି ଓ ସକାଳ ଖବର କାଗଜର ପବ୍ଲିସର ଅମିତ କୁମାର ମଲ୍ଲିକ,ବିବିସି ମୁଖ୍ୟ ସଂଜୀବ ସାହୁ,ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସମ୍ବାଦ ପରିବେଷଣ ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷା ନିମିତ୍ତ ବହୁ ମୂଲ୍ୟ ମତ ପୋଷଣ କରିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦ୍ବୀପ ପ୍ରଜ୍ୱଳନ କରିବା ପରେ ଓଡିଶୀ ନୃତ୍ୟ ପରିବେଷଣ ବେଶ ଆକର୍ଷଣୀୟ ଥିଲା | ପରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ଲୋଗୋ ଉନ୍ମୋଚିତ ହେବା ପରେ ନିମନ୍ତ୍ରିତ ଅତିଥି ମାନେ ନିଜର ଅଭିଭାଷଣ ରଖିଥିଲେ | ଏହି କାର୍ଯ୍ୟକ୍ରମକୁ ସଂଘର ସାଧାରଣ ସମ୍ପାଦକ ସଂଗ୍ରାମ ମାହାନ୍ତି,ସଂଘ ମ୍ୟାନେଜର ବିମଳ କୁମାର ରାଉଳ, କାର୍ଯ୍ୟକାରୀ ସଭାପତି ବୁବା ଦାସ ଓ ଡ଼ମ୍ବୁରୁଧର ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଉପସ୍ଥାପିକା ଭାବେ ତାପସ୍ୱି ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ | ଏହି ପରିପ୍ରେକ୍ଷୀରେ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ତ୍ୟାଗ ତଥା ସମାଜସେବା ପାଇଁ ପୁରସ୍କୃତ କରା ଯାଇଥିଲା |ସମଗ୍ର ଓଡ଼ିଶାରୁ ବହୁ ବରିଷ୍ଠ କନିଷ୍ଠ ସାମ୍ବାଦିକ ସମ୍ମିଳନୀରେ ଯୋଡ଼ି ହୋଇ ଥିଲେ।ବିଶେଷ କରି ଗଞ୍ଜାମ ଜିଲ୍ଲା ରୁ ଜିତେନ୍ଦ୍ର ଗୈାଡ,ରାଜେଶ କୁମାର ସାହୁ, କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ରଞ୍ଜନ କୁମର ରାଉତ ଏବଂ ୧୫ ଉର୍ଦ୍ଧ୍ବ ସାମ୍ବାଦିକ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଓଡିଶାର ପ୍ରତ୍ୟେକ ଜିଲ୍ଲା ରୁ ଆସିଥିବା ସାମ୍ବାଦିକ ମାନଙ୍କୁ ନେଇ ଜିଲ୍ଲା ସଂଘ ଗଠନ କରି ନିଜର ଦାବୀ ହାସଲ କରିବା ପାଇଁ ଲଢେଇ ଜାରୀ ରଖିବାକୁ ଉପସ୍ଥିତ ଅତିଥି ପରାମର୍ଶ ଦେଇଥିଲେ |

Leave a Reply

Your email address will not be published. Required fields are marked *