କନ୍ଧମାଳ କଳାକାର ଙ୍କ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଙ୍କୁ ଦାବୀ ପତ୍ର
ପାରମ୍ପରିକ ଲୋକ କଳାର ଉନ୍ନତି ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଭେଟି ଏକ ଦାବୀ ପତ୍ର ଦିଆଯାଇ ଥିବା ଜଣା ପଡିଛି l କଂଧମାଳ କଳାବିକାଶ କେନ୍ଦ୍ର ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ଦଳ ବାଲିଗୁଡ଼ା ଡାକ ବଙ୍ଗଳା ରେ ଭେଟି ତିନି ଦଫା ଦାବୀ ସମ୍ବଳିତ ଦାବୀ ପତ୍ର ଦେବା ସହିତ ପୁର୍ବତନ ରାଜ୍ୟ ପ୍ରକଳ୍ପ ସଂଯୋଜକ ବସୁଦେବ ମାଲବିଷୋୟୀ ଙ୍କୁ ପୁଣି ଥରେ ଦାୟିତ୍ଵ ଓ ନିଯୁକ୍ତି ଦେବାପାଇଁ ସଙ୍ଘ ପକ୍ଷରୁ ସରକାର ଙ୍କୁ ଅନୁରୋଧ କରାଯାଇଅଛି l ସୁଚନାଯୋଗ୍ୟ ଯେ ଦୁଇ ହଜାର ମସିହା ରୁ ଦୁଇ ହଜାର ବାଇସ ମସିହା ପର୍ଯ୍ୟନ୍ତ ସଂସ୍କୃତି ବିଭାଗ ଓ ୟୁନିସେଫ୍ ସହିତ ଯୋଗସୂତ୍ର ରକ୍ଷା କରି ଓଡ଼ିଶାରେ ତିନିଲକ୍ଷ କଳାକାର ଙ୍କୁ ସଂଗଠିତ କରି ଲୋକ କଳା ଓ କଳାକାର ଙ୍କ ବିକାଶ ର ବିନ୍ଧାଣୀ ସାଜିଥିଲେ l ଦୁଇ ହଜାର ବାଇଶି ମସିହାରେ ବସୁଦେବ ଙ୍କୁ ନାଟକୀୟ ଭାବରେ ବହିଷ୍କାର କରାଯାଇଛି l

ପୂର୍ବ ସରକାର ସମୟରେ କଳାକାର ମାନେ କଳାକାର ଙ୍କୁ କାମ ଯୋଗାଇ ଦେବା ଓ ବସୁଦେବ ଙ୍କୁ ପୁଣି ଥରେ ନିଯୁକ୍ତି ଦାବୀ ନେଇ ଭୁବନେଶ୍ବର ରେ ରାଲି କରିଥିଲେ ବି ସରକାର ଶୁଣି ନଥିଲେ l ଏପରି କି ଉଚ୍ଚ ନ୍ୟାୟlଳ ର ଆଦେଶ କୁ ମଧ୍ଯ ସରକାର ଶୁଣି ନଥିଲେ l ଦୀର୍ଘ ଦଶ ବର୍ଷ ଧରି ଓଡ଼ିଶା ର ତିରିଶ ଟି ଜିଲ୍ଲା ବୁଲି କଳାକାର ଙ୍କ ସମସ୍ୟା ସମାଧାନ କରୁଥିଲେ l ସୂଚନାଯୋଗ୍ୟଯେ କନ୍ଧମାଳ ଜିଲ୍ଲାରେ ବାସୁଦେବ ମାଲ ବିଶୋଇ ଭାରତ ସରକାର ଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭାବେ କାମ କରୁଥିବା ବେଳେ କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ କଂଧମାଳ ଭାରତ ରେ ଏକ ନମ୍ବର ସ୍ଥାନ ଅଧିକାର କରିଥିଲା ବାସୁଦେବ ଙ୍କ ଅନ୍ତେ ଲୋକ କଳା ଲୋକ ସଂସ୍କୃତି ଏବେ ବୁଡିଯିବା ଅବସ୍ଥାରେ l ଲୋକ କଳାକାର ଏବେ ହତାଶ ହୋଇ ପଡିଛନ୍ତି l ସୂଚନାଯୋଗ୍ୟ ଯେ ବସୁଦେବ ଜଣେ ଅଭିଜ୍ଞ କଳାକାର ସହ ସଂଗଠକ ଥିଲେ l ଲୋକ କଳା ର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବସୁଦେବ ଙ୍କୁ କଂଧମାଳ କଳାକାର ସଂଘ ପକ୍ଷରୁ ମୋହନ ସରକାର ଙ୍କୁ ନିବେଦନ କରାଯାଇଛି l
