ଖବର ପ୍ରସାରଣ ପରେ ହେଲାନି ସମାଧାନ, ସ୍କୁଲ ଆଗରେ ତାଲା ପକାଇଲେ ଗ୍ରାମବାସୀ l

ଅଗଷ୍ଟ ୧୫ ତାରିଖ ରେ ସ୍କୁଲ ରାସ୍ତାରେ ୪ ଫୁଟ ର ପାଣି ବୋହିବା ଯୋଗୁ ଟ୍ରଲି ରେ ବୁହାହୋଇ ସ୍କୁଲ ଯାଇ ସ୍ୱାଧୀନତା ଦିବସ ପାଳିଲେ ଶତାଧିକ ଛାତ୍ର, ଛାତ୍ରୀ l ଏ ସମ୍ପର୍କ ରେ ଖବର ପ୍ରସାରଣ ହେବାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ସ୍କୁଲ ରୁ ପାଣି ନିଷ୍କାସନ ର ହୋଇପାରିଲାନି ବ୍ୟବସ୍ଥା l ଫଳରେ ସ୍କୁଲ ଆଗରେ ତାଲା ପକାଇବା ସହ ପିଲାମାନଙ୍କୁ ସ୍କୁଲ ଛାଡିଲେନାହିଁ ଗ୍ରାମବାସୀ l ଏ ଭଳି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁ ର ଦଧିବାମନ ଉପ୍ରା ବିଦ୍ୟାଳୟ ଠାରେ l ଆଳତୁମା ଗ୍ରାମ ରେ ଥିବା ଦଧିବାମନ ଉପ୍ରା ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ପିଲା ପାଠ ପଢୁଛନ୍ତି l କିନ୍ତୁ ବର୍ଷା ଦିନେ ସ୍କୁଲ ସାମ୍ନାରେ ଓ ସ୍କୁଲ ଭିତରେ ଚାରି ଫୁଟ ର ପାଣି ଜମି ରହୁଥିବା ଯୋଗୁ ପିଲା ଓ ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲ ଯିବା କୁ ଅସୁବିଧା ଭୋଗ କରୁଛନ୍ତି l

ଗତ ଅଗଷ୍ଟ ୧୫ ତାରିଖ ଦିନ ଏ ସମ୍ପର୍କ ରେ ଖବର ପ୍ରସାରଣ ପରେ ଦୀର୍ଘ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାନଯିବା ଫଳରେ ଗ୍ରାମବାସୀ ମାନେ ବିଦ୍ୟାଳୟ ରେ ତାଲା ପକାଇ ପିଲାମାନଙ୍କୁ ସ୍କୁଲ ଯିବା ପାଇଁ ବନ୍ଦ କରିବା ସହ ଜଳ ନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର କରାନଗଲେ ରାଜରାସ୍ତା କୁ ଅବରୋଧ କରିବା ନେଇ ଗ୍ରାମବାସୀ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *