ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା

ଉଠି ଯାଉଛି ପେଭର ବ୍ଲକ। ଦବି ଯାଉଛି ପିଚୁ।ନିମାପଡା (ନିବେଦିତା ତୀର୍ଥକ୍ଷେତ୍ର ) ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଶୋଭନପୁର ଠାରୁ ଗବକୁଣ୍ଡ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବ୍ୟୟରେ ପିଚୁ ଏବଂ ପେଭର ବ୍ଲକ ରାସ୍ତା ନିର୍ମାଣ କରା ଯାଇଛି। ପାଞ୍ଚ ମାସ ନ ଯାଉଣୁ ପେଭର ବ୍ଲକ ଉଠି ଯାଉଥିବା ବେଳେ ପିଚୁ ସବୁ ଦବି ଗଲାଣି। ଏ ଚିତ୍ର ହେଉଛି ଲଳିତାପହଣ୍ଡି. ନନ୍ଦୀଗୋରଡା ଠାରେ କରାଯାଇଥିବା ପେଭର ବ୍ଲକ ରାସ୍ତାର। ଏହାଛଡ଼ା ଧନୁଆ ବ୍ରିଜ ଉପରେ ଦବି ଯାଇଥିବା ପିଚୁର ଦୃଶ୍ୟ। ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କରାଯାଇଥିବା ଏହି ରାସ୍ତା ପାଞ୍ଚ ମାସ ଭିତରେ ଦୁଇଥର ପେଭର ବ୍ଲକର ପ୍ୟାଚ ପକା ସରିଲାଣି।ଯଦି ପାଞ୍ଚ ମାସ ଭିତରେ ଏଭଳି ଅବସ୍ଥା ତେବେ ଏହି ରାସ୍ତାର ଦୀର୍ଘ ସ୍ଥାୟୀତ୍ୱ କେତେ ଦିନ। ଗମନାଗମନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାର ନିର୍ମାଣ କରୁଛନ୍ତି। ମାତ୍ର ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କରାଯାଇଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେବା ଯୋଗୁଁ ନୂତନ ନିର୍ମିତ ରାସ୍ତାରୁ ପିଚୁ ଦବି ଯାଉଥିଲା ବେଳେ ପେଭର ବ୍ଲକ ସବୁ ଉଠି ଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ରାସ୍ତା କାର୍ଯ୍ୟ କରାଯାଉଥିବା ବେଳେ ତଦାରଖ ଦାୟିତ୍ୱରେ ଯନ୍ତ୍ରୀ କରୁଥିଲେ କଣ । ରାସ୍ତା ନିର୍ମାଣ ଯେଉଁ ଭାଗ ମାପରେ ହେବା କଥା ସେହି ଅନୁସାରେ ଯଦି ହୋଇଥାନ୍ତା ତେବେ ପାଞ୍ଚ ମାସରେ ରାସ୍ତାର ଅବସ୍ଥା କଣ ଏଭଳି ହୋଇଥାନ୍ତା। ସରକାର କା ମାଲ ଦରିଆ ମେଁ ଡାଲ ନୀତିରେ ଠିକାଦାର ମନୋମୁଖି କାର୍ଯ୍ୟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏ ନେଇ ତଦାରଖ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ସେ କହୁଛନ୍ତି ଆମେ ସବୁ ଠିକ କରି ଦେଇଛୁ। ରାସ୍ତାରୁ ପେଭର ବ୍ଲକ ଉଠି ଯାଇଥିଲା ଆମେ ପୁଣି ପ୍ୟାଚ ପକାଇ ଦେଇଛୁ। ତେବେ ରାସ୍ତା ନିର୍ମାଣ ପାଞ୍ଚ ମାସ ଭିତରେ ଦୁଇ ଥର ପ୍ୟାଚ ପଡ଼ିଥିବା ବେଳେ ପିଚୁ ମଧ୍ୟ ଦବି ଗଲାଣି । ଏହି ରାସ୍ତାର ଦୀର୍ଘ ସ୍ଥାୟିତ୍ୱକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *