ନଟିଆରେ ନଟବରଙ୍କର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

ଯଶୋଦା ସନ୍ତାନ,ଗୋପୀବଲ୍ଲଭ ,ଗୋପ ଚୂଡ଼ାମଣି ଶ୍ରୀ ଗୋପାଳ ମହାପ୍ରଭୁ ଶ୍ରୀକୃଷ୍ଣ ଭଗବାନ ହେଉଛନ୍ତି ଗୋପାଳ ଜାତିର ଇଷ୍ଟଦେବତା।ସେ ବିଶ୍ବ ଚିନ୍ତା ମଣି ବିଶ୍ୱ ନାୟକ।ସେ ଭାବ, ଭକ୍ତି, ବିଶ୍ୱାସ ଓ ପ୍ରେମର ଠାକୁର। ପବିତ୍ର ଜନ୍ମାଷ୍ଟମୀ ତିଥି ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ୍ ଦିବସ। ପୁରୀ ଜିଲ୍ଲା ଅନ୍ତର୍ଗତ ଐତିହାସିକ ବୀରଭୂମି ବ୍ରହ୍ମଗିରି ବ୍ଳକ୍ ର ଭୁବନପୁର ଗ୍ରାମ ପଞ୍ଚାୟତ ଅଧୀନ ନଟିଆ ଗ୍ରାମରେ ଯାଦବ ସଂଘ ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି।ଏହି ଅବସରରେ ଗ୍ରାମବାସୀଙ୍କ ତରଫରୁ ଜନ୍ମାଷ୍ଟମୀ ଦିନ ଠାକୁରଙ୍କ ପ୍ରାଣ ପ୍ରତିଷ୍ଠା ଓ ପୂଜାର୍ଚ୍ଚନା କରାଯାଇଥିଲା। ଜନ୍ମାଷ୍ଟମୀ ପରଦିନ ଠାକୁରଙ୍କୁ ଦୋଳରେ ବସାଇ ନଗର ପରିକ୍ରମା କରାଯାଇ ଥିଲା।ଛୋଟ ଛୋଟ ଶିଶୁମାନେ କୃଷ୍ଣ, ବଳରାମ,ସୁଦାମା,ସୁବଳ,ନନ୍ଦ,ଯଶୋଦା ,ଭାଲୁ ଆଦି ବେଶରେ ସୁସଜ୍ଜିତ ହୋଇ ଏଥିରେ ସାମିଲ ହୋଇଥିଲେ।ଲଉଡି ଖେଳର ତାଳେ ତାଳେ ଗୋପାଳ ମାନେ ମହା ଆନନ୍ଦରେ ନାଚି ନାଚି ସେମାନଙ୍କ ର ଅପୂର୍ବ ଭାବ ଭକ୍ତି ର ପ୍ରଦର୍ଶନ କରିଥିଲେ। ପୃଥିବୀରେ ଶାନ୍ତି, ଭାଇଚାରା ଓ ଏକତାର ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଚାରି ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଅଛି ବୋଲି ଗ୍ରାମର ମୁରବି ଅର୍ଜୁନ ପଢିଆରୀ,ରବି ନାରାୟଣ ବେହେରା,ହରି ପଢିଆରି,ଅବୁ ପଢିଆରୀ,ପୂର୍ଣ ପଢିଆରୀ ପ୍ରମୁଖ କହିଛନ୍ତି। ଜନ୍ମାଷ୍ଟମୀ ଗୋପାଳ ସଂସ୍କୃତି ର ପରିଚୟ।ଏହି ସଂସ୍କୃତି ର ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଗଲେ ଏହା ଆହୁରି ଦୀର୍ଘ ସ୍ଥାୟୀ ହୋଇ ପାରିବ ଏବଂ ଲଉଡି ଖେଳର ପୁନଋଧ୍ଧାର ହୋଇ ପାରିବ ବୋଲି ବିଶିଷ୍ଟ ସାମାଜିକ କର୍ମୀ ଆଇନଜୀବୀ ଦିଗମ୍ବର ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *