ଦୀକ୍ଷିତ ବଡ ପୋଖରୀ ଜାଗା ପକ୍ଷରୁ ନନ୍ଦ ଉତ୍ସବ

।। ଦୀକ୍ଷିତ ବଡ ପୋଖରୀ ଜାଗା ପକ୍ଷରୁ ନନ୍ଦ ଉତ୍ସବ ଯମୁନା ଗାଧୁଆ -୨୦୨୪ ପାଳିତ।।ପୁରୀ: ପ୍ରତି ବର୍ଷ ପରି ଚଳିତ ବର୍ଷ ସ୍ଥାନୀୟ ବାସେଳୀ ସାହି ଓଡ଼ିଆ ମଠ ଛକ ଠାରେ ଦୀକ୍ଷିତ ବଡ ପୋଖରୀ ଜାଗା ପକ୍ଷରୁ ନନ୍ଦ ଉତ୍ସବ ଯମୁନା ଗାଧୁଆ ୨୦୨୪ ମହା ସମାରୋହରେ ପାଳିତ ହୋଇଛି। କାର୍ଯ୍ୟ କ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ବଶିଷ୍ଠ ସାମ୍ୱାଦିକ ବିଶ୍ଵଜିତ ପଟ୍ଟନାୟକ, ଆଡଭୋକେଟ ଅଭିଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଥିଲେ। ସଭାପତି ନୀଳାଦ୍ରି ମୋହନ କରଙ୍କ ସଭାପତିତ୍ବରେ ନନ୍ଦ ଉତ୍ସବ ପାଳିତ ହୋଇ ଥିବା ବେଳେ ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର, ଉପସଭପତି ମାଧବ ଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ରୁଦ୍ର ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଗଦାଧର ଦୀକ୍ଷିତ, କାର୍ଯ୍ୟ କରି ସଦସ୍ୟ ବିରଞ୍ଚି ନାରାୟଣ ନନ୍ଦ, ଶିବ ପ୍ରସାଦ ମିଶ୍ର, ଜଗନ୍ନାଥ ତ୍ରିପାଠୀ , ଶ୍ରିମନ୍ତ କୁମାର ଆଡ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆଡଦ୍ଭୋକେଟ ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ସଂଯୋଜନାରେ ଭଜନ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।

Leave a Reply

Your email address will not be published. Required fields are marked *