ଅଗ୍ନିକାଣ୍ଡ ରେ ଜଳିଗଲା ପାଞ୍ଚଜଣ ଙ୍କ ଘର

ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ମେରିକୋଟ ପଞ୍ଚାୟତ ଅଧୀନ ମାଣିଆକାଠି ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ପାଞ୍ଚଜଣଙ୍କ ଘରେ ଲାଗିଲା ନିଆଁ। ସୂଚନା ପ୍ରକାରେ ବର୍ତ୍ତମାନ ଭାଦ୍ରବ ମାସ ଚାଲିଥିବାରୁ ବର୍ତ୍ତମାନ ଲୋକ ଖେତ୍ ରେ କାମ କରନ୍ତି ଗ୍ରାମର ସମସ୍ତ ଲୋକ ଚାଷୀ ହୋଇଥିବାରୁ ବିଲବାଡି ରେ କାମ କରୁଥିଲେ କିଛି ଲୋକ ହଟାତ୍ ଦୂରରୁ ଧୁଆଁ ଦେଖି ଗ୍ରାମ କୁ ଆସିଥିଲେ ଆସିଲା ବେଳକୁ ଗ୍ରାମର ନିଆଁ ଲାଗିବାର ଦୃଶ୍ୟ ଦେଖିଥିଲେ l ନିଆ ଲାଗିଥିବା ଘର ଗଣେଶ ମଲ୍ଲିକ,ଯୁଗଳ ମଲ୍ଲିକ ,ସୁଦାମ ମଲ୍ଲିକ, କେଶବ ମଲ୍ଲିକ,ଚିତ୍ରସେନ ମଲ୍ଲିକ ଙ୍କ ଘରେ ନିଆଁ ଲାଗିଯାଇଥିଲା ।ଯେହେତୁ ମାଣିଆକାଠି ଗ୍ରାମ ଟି ଉପାନ୍ତ ଅଞ୍ଚଳ ରେ ରହିଥିବାରୁ ଅଗ୍ନିଶମ ବାହିନୀ ଆସିବାରେ ବିଳମ୍ବ

ହେବାରୁ ଗ୍ରାମବାସି ନିଆଁ ଲିଭେଇଥିଲେ ।ହେଲେ ନିଆଁ ଲିଭିଲା ବେଳକୁ ଘରେ ଥିବା ସମସ୍ତ ଆସବାହ ନଷ୍ଟ ହେବା ସହ ଟଙ୍କା ଓ ସୁନା ସହ ଖାଦ୍ୟ ସାମଗ୍ରୀ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ କେମିତି ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପ୍ରଶାସନ କୁ ଜଣେଇବା ସହ ସାହାଯ୍ୟ ଲୋଡିଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *