୩୯ ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ
ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡଃ ଚନ୍ଦ୍ରକାନ୍ତି ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଚକ୍ଷୁଦାନ ପକ୍ଷ ପାଳନ କରାଯାଇଥିଲା। ଏହି ସମାରୋହରେ ଡଃ ଆଚାର୍ଯ୍ୟ ଚକ୍ଷୁ ଦାନର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ସମସ୍ତ ଶ୍ରୋତାମାନଙ୍କୁ ଚକ୍ଷୁ ଦାନ ସମ୍ପର୍କରେ ଥିବା ଭୁଲ ଧାରଣା ଏବଂ ଅନ୍ଧବିଶ୍ୱାସ ବିଷୟରେ ସ୍ପଷ୍ଟ କରିଥିଲେ। ଏସଜେଏମସିଏଚ ଚକ୍ଷୁ ବିଭାଗର ପ୍ରଫେସର ଡାକ୍ତର ରାଜେନ୍ଦ୍ର କୁମାର ପ୍ରଧାନ ଉଦବୋଧନ ଦେବା ସହିତ ଅବଗତ କରାଇଲେ ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁର 6 ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଆଖିର ବଲ୍ ନୁହେଁ ବରଂ କର୍ଣ୍ଣିଆ ବାହାର କରଯାଇ ଥାଏ । ଜାତୀୟ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପରିଚାଳକ ଡଃ ଜ୍ୟୋତ୍ସ୍ନା ରାଣୀ ତ୍ରିପାଠୀ ଏକ ବର୍ଷ ବୟସରୁ ଏବଂ ତା’ଠାରୁ ଅଧିକ ବୟସରୁ ଚକ୍ଷୁ ଦାନ କରିବା ପାଇଁ କୌଣସି ବୟସ ପ୍ରତିବନ୍ଧକ ନାହିଁ ବୋଲି କହିଥିଲେ। ଏସଜେଏମସିଏଚ ସହ-ପ୍ରାଧ୍ୟାପକ ଡଃ ସଂଯୁକ୍ତା ମହାପାତ୍ର, ସିନିଅର ରେସିଡେଣ୍ଟ ଡଃ ପ୍ରିୟଙ୍କା ଜେନା, ସିନିଅର ରେସିଡେଣ୍ଟ ଡଃ କଳ୍ପନା ବଡ଼ଉଆଲ, ଓ ପ୍ରିନସିପାଲ ଏନଏମଟିସି ଶ୍ରୀମତୀ ନୟନା ସାମଲ ଆଲୋଚନାରେ ଯୋଗଦେଇଥିଲେ ଚକ୍ଷୁ ଦାନ ମହତଦାନ ଉପରେ ଆଲୋକପାତ କରିଥିଲେ | ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, , ଜିଲ୍ଲା ଆକାଉଣ୍ଟସ୍ ମ୍ୟାନେଜେର ଶ୍ରୀ ବିଜୟ କୁମାର ନାୟକ,, ଏପିଏମ ଶ୍ରୀ ସନ୍ଦୀପ ବରଣ ଓଝା, ଆସିଷ୍ଟାଣ୍ଟ ମ୍ୟାନେଜେର (ଟ୍ରେନିଂ& ଆଇସି ବିସିସି) ଶ୍ରୀ ମନୋଜ କୁମାର ପଣ୍ଡା ଏବଂ ଏନଏମଟିସି ପୁରୀର ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ, ସହରାଂଚଳ ର ସମସ୍ତ ଆଶା ଦିଦି ପ୍ରମୁଖ ଉପସ୍ଥିତ ଥିଲେ |
