ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଲେ ଆଦିବାସୀ ସଙ୍ଘ ର କର୍ମକର୍ତ୍ତା

କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ପକ୍ଷରୁ ରେଣ୍ଡୋ ମାଝୀ ଙ୍କ ୧୬୯ ତମ ସହିଦ ଦିବସ ପାଳନ ଓ କଳାହାଣ୍ଡି ଜିଲ୍ଲା ରେ ନିର୍ମାଣାଧୀନ ଆଦିବାସୀ ଭବନ ର ଶୁଭ ଉଦଘାଟନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ର ଏକ ପ୍ରତିନିଧି ଦଳ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଓ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଙ୍କ ସହଯୋଗ ରେ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀ ନିବାସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ସାକ୍ଷାତ କରି ସହୀଦ ରେଣ୍ଡୋ ମାଝୀ ଙ୍କ ବଳିଦାନ ଦିବସ ଓ ଆଦିବାସୀ ଭବନ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଅନୁରୋଧ କରିବା ସହ ଏକ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଜୁନାଗଡ ବ୍ଲକ ରୁ ହୃଦାନନ୍ଦ ମାଝୀ,କୋକସରା ବ୍ଲକ ଆଦିବାସୀ ସଂଘ ସାଧାରଣ ସମ୍ପାଦକ ତ୍ରିନାଥ ଶବର ମଧୁବନ ପାତ୍ର ରତନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *